ଅଜଣା ଗାଡିଧକ୍କା ରେ ଯୁବକ ର ମୃତ୍ୟୁ

0
99
ଅଜଣା ଗାଡିଧକ୍କା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୬/୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଟୀଝାର ଠାରେ ଅଜଣା ଗାଡିଧକ୍କା ରେ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ମତେ ବିରନରସିଂହ ପୁର ପଂଚାୟତ ହାଟଗାଁ ଗ୍ରାମର ରାଜୁ ଦନାୟକ(୨୧) ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ପୁରୁଣା କଟକ ଆସିବା ପାଇଁ କୁଟୀଝାର ଛକ ଠାରେ ଠିଆ ହୋଇଥିଲେ । କୌଣସି ଏକ ଅଜଣା ଗାଡିଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ପରେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ଉକ୍ତ ସେବା ମିଳି ପାରିନଥିବାରୁ ପରେ ତାଙ୍କୁ ଗୁରୁତର ଭାବେ ଏକ ଓଟୋ ଯୋଗେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ଙ୍କ ପ୍ରାଥମିକ ଚିକିତ୍ସା କରି ବୌଦ୍ଧ ସ୍ଥାନାନ୍ତର କରିଥିଲେ । ବୌଦ୍ଧ ମେଡ଼ିକାଲ ରେ ରାଜୁ ଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ମେଡ଼ିକାଳ କୁ ସ୍ଥାନାନ୍ତର କରିଥିଲେ ।

ବୁଲ୍ଲା ଯିବା ବାଟରେ ମନମୁଣ୍ଡା ଠାରେ ରାଜୁ ର ମୃତ୍ୟୁ ଘଟିଥିଲା ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି । ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସୂଚନା ଥାଉକି ଉକ୍ତ ଯୁବକ ଙ୍କ ଦୁର୍ଘଟଣା ପରେ ସେଇ ବାଟ ଦେଇ ଦୁର୍ଘଟଣାପୀଡିତ ରାଜୁ ଙ୍କ ବାପା ମାଁ କୌଣସି କାମରେ ଯାଇ ଏକ ଲୁନା ରେ ଫେରୁଥିବା ବେଳେ ହଟାତ ରାସ୍ତା ରେ ପୁଅ ର ଦୁର୍ଘଟଣା କୁ ଦେଖି ଉଭୟ ବାପା ମାଁ ଦୁଃଖ ରେ ଭାଙ୍ଗିପଡିବା ସହ ପୁଅ କୁ କାନ୍ଧ ରେ ବୋହି ଅଟୋ ଯୋଗେ ମେଡିକାଲ ଆଣିବା ଏବଂ ପରବର୍ତ୍ତୀ ସମୟ ରେ ପୁଅ ମୃତ୍ୟୁ ହୋଇଯାଇଥିବା ଭଳି ଘଟଣା ନିଜ ପରିବାର ଓ ଅଞ୍ଚଳରେ ଏକ ଦୁଃଖର ବାତାବରଣ ଖେଳି ଯାଇଛି ।