ମୌସୁମୀ ର ଲୁଚକାଳି ଯୋଗୁଁ ଚଳିତ ବର୍ଷ ମରୁଡି ଆଶଙ୍କାରେ କାଶୀନଗର ବ୍ଲକ୍ ଚାଷୀକୁଳ

0
212

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୮/୨୧) : ମୌସୁମୀ ର ଲୁଚକାଳି ଯୋଗୁଁ କାଶୀନଗର ବ୍ଲକ୍ ଓ ଏନ୍ ଏ ସି ଅଞ୍ଚଳରେ ଚଳିତ ବର୍ଷ ନିଶ୍ଚୟ ମରୁଡି ହେବା ଆଶଙ୍କା ରହିଛି । ସେଥିପାଇଁ ଚାଷୀ କୂଳ ଟଙ୍କା ଖର୍ଚ୍ଚ କରି ହତାଶ ହୋଇ ପଡିଛନ୍ତି । ପ୍ରକୃତ ଋତୁ ଅନୁସାରେ ଜୁନ ୧୫ ରୁ ମୌସୁମୀ ଆରମ୍ଭ ହେବା କଥା ।

ଚଳିତ ବର୍ଷ ବର୍ଷା ସହଳ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । କିନ୍ତୁ ମୌସୁମୀ ର ଲୁଚକାଳି ଯୋଗୁଁ ଚଳିତ ମାସ ୧୫ ତାରିଖ ଶ୍ରାବଣ ମାସର ପୂର୍ଣ୍ଣମୀ ସାରିବାକୁ ବସିଲାଣି | ଗତବର୍ଷ ୪୦୦ ମିଲି ବର୍ଷା ହୋଇଥିଲା,କିନ୍ତୁ ଏବେ ୨୭୦ ମିଲି ବର୍ଷା ହୋଇଛି । ଉଠା ସେଚ ଲିଫ୍ଟ ଦ୍ଵାରା ୭୦୦ଏକର ଜମିରେ ଧାନ ଚାଷ ହୋଇପାରେ । କାଶୀନଗର, ଗୁଣୁପୁର ବଂଶଶଧାରା ଅବବାହିକାରେ ମେଗା ଲିଫ୍ଟ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଲା ସେତିକିରେ ଉପର ମୁଣ୍ଡ ରେ ପ୍ରକଳ୍ପ କାର୍ଯ୍ୟ ହୋଇପାରିଥାନ୍ତା ।

ଶହ ଶହ ଟଙ୍କା ଖର୍ଚ୍ଚ କରି ପାଇପ୍ କିଣା ଯନ୍ତ୍ରାଂଶ କିଣା ହେଲା ହେଲେ ମେଗା ଲିଫ୍ଟ ସୁଫଳ ହେଲାନାହିଁ । ଖରା ଦିନେ ଯେଭଳି ଉଦୁ ଉଦିଆ ଖରା ହୁଏ ସେଭଳି ଖରା ହେଉଛି, ଗୁଳି ଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କଟ ଚାଷୀଙ୍କ କଟଘା ରେ ଚୂନ ଦେଲାଭଳି ଲାଗୁଛି । ଏଣୁ ଚାଷୀ କୂଳ ଏବେ ନାନା ଆଶଙ୍କା ରେ ରହିଛନ୍ତି । ନିଶ୍ଚୟ ମରୁଡିର ଆଶଙ୍କାକୁ ଏଡାଇ ହେବ ନାହିଁ ।