ଲି-ଛିୟାଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ

0
238
ଲି-ଛିୟାଙ୍ଗ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୨/୦୩) : ଲି-ଛିୟାଙ୍ଗ ହୋଇଛନ୍ତି ଚୀନର ନୂଆ ପ୍ରଧାନମନ୍ତ୍ରୀ । ଦେଶକୁ ମିଳିଛି ନୂଆ ନେତୃତ୍ବ । ସି ଜିନପିଙ୍ଗ ପୁଣିଥରେ ଦେଶର ରାଷ୍ଟ୍ରପତି ହୋଇଥିବା ବେଳେ ଲି ଛିୟାଙ୍ଗ ନେତୃତ୍ବ ନୂଆ କିଛି ବିକାଶର କଥା କହିବ ବୋଲି ଚର୍ଚ୍ଚା ହେଉଛି ।

ଲି-ଛିୟାଙ୍ଗ ଙ୍କ ଛବି ଜଣେ ପ୍ରୋ ବିଜନେସ୍ ଲିଡର ଭାବେ ରହିଛି । ଅକ୍ଟୋବର ମାସରେ ଚୀନ୍ ସଂସଦରେ ବସିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି ବୈଠକରେ ଝିୟାଙ୍ଗଙ୍କୁ ଦେଶର ଆୟଗାମୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଛି । ତେବେ ଝିୟାଙ୍ଗ ଏବେ ପ୍ରଧାନମନ୍ତ୍ରୀ ହେବା ପରେ, ଗଲା ୧୦ ବର୍ଷ ଧରି ଚୀନରେ ନମ୍ବର-୨ ନେତା ଥିବା କଛୟାଙ୍ଗକୁ କାର୍ଯ୍ୟରେ ଏବେ ବିରାମ ଲାଗିବାକୁ ଯାଉଛି । ଛିୟାଙ୍ଗ ଏବେ ପ୍ରଧାନମନ୍ତ୍ରୀ ହେବା ପରେ, ଗଲା ୧୦ ବର୍ଷ ଧରି ଚୀନରେ ନମ୍ବର-୨ ନେତା ଥିବା କଛୟାଙ୍ଗକୁ କାର୍ଯ୍ୟରେ ଏବେ ବିରାମ ଲାଗିବାକୁ ଯାଉଛି । ଗତ ମାର୍ଚ୍ଚ ୧୦ ତାରିଖରେ ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇଛନ୍ତି । ଜିନପିଙ୍ଗ ତୃତୀୟ ଥର ପାଇଁ କ୍ଷମତା ଅକ୍ତିଆର କରିବା ପରେ, ଏହାକୁ ଐତିହାସିକ ଘଟଣା ବୋଲି କୁହାଯାଉଛି । ମାଓ-ସେ-ତୁଙ୍ଗଙ୍କ ପରେ ସେ ହେଉଛନ୍ତି ଏକମାତ୍ର ନେତା, ଯିଏକି ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇଛନ୍ତି । ସେ ଦେଶର ଆଜୀବନ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।