Friday, March 29, 2024

Top 5 This Week

Related Posts

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୩/୦୩) : ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ । ୨ଜଣ ଯାତ୍ରୀ ଗୁରୁତର ୨୦ରୁ ଅଧିକ ଆହତ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଯାତ୍ରୀବାହି ବସ ।

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ । ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାତ୍ରି ପ୍ରାୟ ସାଢ଼େ ୧୨ଟା ବେଳେ ୧୮ ନଂ ଜାତୀୟ ରାଜପଥର କୃଷ୍ଣଚନ୍ଦ୍ରପୁର ଫ୍ଲାଇ ଓଭର ନିକଟରେ ବସଟିର ଚକ ଫାଟି ଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା । ସେହିପରି ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁଇ ଶିଶୁ ସମେତ ୪ ଜଣ ଆହାତ ହେଇଛନ୍ତି । ଆହତ ମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ଜଣେ ଗୁରୁତରଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । କାର ଟି କୋରାପୁଟ ଜିଲ୍ଲା ନିଲାବାଡ଼ି ଯାତ୍ରା ଦେଖି ରାୟଗଡ଼ା ଫେରୁଥିବା ବେଳେ ଫୁଳକାନା ନିକଟରେ ଦୁର୍ଘଟଣା ଘଟିଛି ।

Popular Articles