ପୋଲ ଉପରୁ ବାଇକ ତଳକୁ ଖସି ଜଣଙ୍କ ମୃତ୍ୟୁ

0
92
ପୋଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୩/୦୩) : ପୋଲ ଉପରୁ ବାଇକ ତଳକୁ ଖସି ଜଣଙ୍କ ମୃତ୍ୟୁ ହୋଇଛି । ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମ ପଞ୍ଚାୟତ କିରିକିଚିପାଳରେ ଏହି ସଡକ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ଶରତ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଶତ୍ରୁଘ୍ନ ମହାନ୍ତଙ୍କ ଏକମାତ୍ର ପୁଅ ସୁଦିପ କୁମାର ମହାନ୍ତ ଏକ ଟିଭି ଏସ୍ ଆପାଚି ବାଇକରେ ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ କିରିକିଚିପାଳ ଯାଉଥିଲେ । ହଠାତ କିରିକିଚିପାଳ ପୋଲନିକଟରେ ଭାରସାମ୍ୟ ହରାଇ ବାଇକ ପୋଲ ତଳକୁ ଖସିଯାଇଥିଲା । ଖବର ପାଇ ୧୦୮ କର୍ମଚାରୀ ପୋଲ ତଳୁ ଉଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ତେବେ ଦୁର୍ଘଟଣାରେ ଗୁରୁତର ଆହତ ସୁଦିପ ଙ୍କୁ ଡାକ୍ତର ମୃତ ଘୋଷଣା କରିଥଲେ । ବାଇକ ପଛରେ ବସିଥିବା ପରମେଶ୍ଵର ମହାନ୍ତ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ସୂଚନା । ମୃତ ଖବର ଜାଣିବା ପରେ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।