Friday, March 29, 2024

Top 5 This Week

Related Posts

ପୁର ପଲ୍ଲୀ ରେ ବଡ଼ଠାକୁର ଶ୍ରୀଜିଉ ବଳଭଦ୍ର ଙ୍କ ଜନ୍ମଦିବସ (ଗହ୍ମାପୂର୍ଣ୍ଣିମା) ପାଳନ

ରିପୋର୍ଟ : ସୁଭାସିସ ନାୟକ //
ବାଣପୁର,(୨୨/୦୮) : ଆଜି ହେଉଛି ଶ୍ରୀଜିଉ ବଳଭଦ୍ର ଙ୍କ ଜନ୍ମ ଦିବସ | ଏହି ଅବସର ରେ ବିଭିନ୍ନ ପୁର ପଲ୍ଲୀ ରେ ବହୁ ଆଡମ୍ବର ସହ ଶ୍ରୀଜିଉ ବଳଭଦ୍ର ଙ୍କ ଜନ୍ମ ଦିବସ ପାଳନ ହେଉଛି |

ଶ୍ରୀମନ୍ଦିରରେ ଆଜି ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ । ପୁର ପଲ୍ଲୀ ରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି । ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି ।

ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିଥାନ୍ତି । ବଳଭଦ୍ରଙ୍କ ଜନ୍ମ ନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତି।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles