ଅଙ୍ଗନଦୀ ସେତୁର ଫାଙ୍କା ସ୍ଲାବ ମରାମତି ପରିବର୍ତ୍ତେ ୮ଟି ହମ୍ସ : ଦୁର୍ଦ୍ଦଶାରେ ଗାଡ଼ି ଚାଳକ

0
263

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର,(୨୨/୮) : ସୋନପୁର – ବିନିକା ମୁଖ୍ୟରାସ୍ତା ଧଉରାଖମନ ନିକଟରେ ପଡୁଥିବା ବିପଦପୂର୍ଣ୍ଣ ଅଙ୍ଗନଦୀ ସେତୁର ଫାଙ୍କା ସ୍ଲାବ ଗୁଡ଼ିକର ଆବଶ୍ୟକ ମରାମତି ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ଚଳିତ ମାସରେ ସ୍ଲାବରୁ ସ୍ଲାବ ମଧ୍ୟରେ ଏକ ଲେଖାଏଁ ଛାଡ଼ି ରହିଥିବା ସ୍ଥାନକୁ ବିଭାଗ ଜରିଆରେ ମରାମତି କରା ଯାଇଛି ।6a060ba8 82d2 4f87 b05b 2d628586b775 ଅଙ୍ଗନଦୀ ସେତୁର ଫାଙ୍କା ସ୍ଲାବ ମରାମତି ପରିବର୍ତ୍ତେ ୮ଟି ହମ୍ସ : ଦୁର୍ଦ୍ଦଶାରେ ଗାଡ଼ି ଚାଳକ

କିନ୍ତୁ ଏପରି ସ୍ଥିତିରେ ବିଭାଗ ଏହାକୁ ସମତୁଲ ଭାବରେ ମରାମତି କରିବା ପରିବର୍ତ୍ତେ ଅଙ୍ଗନଦୀ ସେତୁର ଫାଙ୍କା ସ୍ଲାବ ୮ ଟି ସଂଯୁକ୍ତ ସ୍ଲାବକୁ ମରାମତି କରିବା ବେଳେ ସବୁ ସ୍ଲାବରେ ହମ୍ସ ତିଆରି କଲା ପରି ଆଠଟି ଯାକ ସଂଯୁକ୍ତ ସ୍ଲାବ ସ୍ଥାନରେ ପିଚୁ ଉଚ୍ଚ କରି ଦେଇଛନ୍ତି । ଫଳରେ ଏପରି ସ୍ଥିତିରେ ଯାନବାହାନ ଚଳାଚଳରେ ଚାଳକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସବୁ ସଂଯୁକ୍ତ ସ୍ଲାବରେ ଯାନବାହାନ କଚାଡ଼ି ହେଉଛି । ଏଥିଯୋଗୁଁ ବିଶେଷ କରି ବାଇକ ଚାଳକଙ୍କ ଦୁର୍ଦ୍ଦଶା ବଢୁଥିବା ବେଳେ ସଂଯୁକ୍ତ ସେତୁ ସ୍ଲାବରେ କଚାଡ଼ି ହୋଇ ସମସ୍ୟା ଭୋଗୁଛନ୍ତି ।

ଏହାକୁ ସମତୁଲ କରି ମରାମତି କରିବା ପାଇଁ ଲୋକଙ୍କ ଦାବି ଅନୁସାରେ ବିଭାଗ ପକ୍ଷରୁ କରା ଯାଇଥିବା ସ୍ଲାବ ମରାମତି କାର୍ଯ୍ୟ ଏବେ ଲୋକଙ୍କ ପାଇଁ ମରଣଯନ୍ତା ପଲଟିଥିବା ଅଭିଯୋଗ ହେଉଛି । ଏହାର ମରାମତି ବେଳେ ସେତୁ ରାସ୍ତା ସମାନତାରେ ସମତୁଲ ଭାବରେ ମରାମତି ନ କରି ଏକାଧିକ ସ୍ଲାବକୁ ଆହୁରି ଉଚ୍ଚ କରିଦିଆ ଯାଇଥିବାରୁ ଯାନବାହାନ ଚଳାଚଳ ବେଳେ କଚାଡ଼ି ହୋଇ ଲୋକେ ଅସୁବିଧା ଭୋଗୁଛନ୍ତି । ତେଣୁ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।