ଦୁଇ ଯୁବକ ଙ୍କ ବାଇକ ରୁ ଓଭରବ୍ରିଜ ତଳକୁ ଖସି ଶୋଚନୀୟ ମୃତ୍ୟୁ

0
91
ଦୁଇ ଯୁବକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର, (୧୭/୦୩) : ବଲାଙ୍ଗୀର ରୁ ସଇଁତଲା ବ୍ଲକ ମଧ୍ୟରେ ଥିବା ମୁଖ୍ୟ ୨୬ ନମ୍ୱର ଜାତୀୟ ରାଜପଥ ର କରେଲଧୁଆ ନିକଟରେ ଥିବା ଓଭରବ୍ରିଜ ରୁ ଦ୍ରୁତ ବେଗରେ ଆସୁଥିବା ଦୁଇ ଯୁବକ ପଡ଼ି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ ସଇଁତଲା ବ୍ଲକ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ବଣ୍ଟି ପଧାନ(୨୦) ଓ ଶରତ ସାହୁ (୧୮) । ଉଭୟ ଦୁଇ ଯୁବକ ବଣ୍ଟି ଓ ଶରତ ବାଇକ ଯୋଗେ ନିଜ ଘରକୁ ଦ୍ରୁତ ଗତିରେ ଫେରୁଥିବାବେଳେ ଦୁଇଯୁବକ ବ୍ରିଜ ତଳକୁ ଖସି ପଡ଼ିଥିଲେ । ଉକ୍ତ ରାସ୍ତା ଦେଇ ରାମ ନାରାୟଣ ଦାସ ନାମକ ଡେଙ୍ଗ ଗ୍ରାମ ସ୍କୁଲ ର ଶିକ୍ଷକ ବଲାଙ୍ଗିର ରୁ ଫେରୁଥିବାବେଳେ ୨ ଯୁବକ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖି ଅଗ୍ନିଶମ ବିଭାଗକୁ ଓ ପୋଲିସ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ସଇଁନ୍ତଲା ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।