ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ମରୁଡି ଆଶଙ୍କା : ୭୦% ରୁ କମ ବର୍ଷା,୩୦%ଚାଷଜମି ପଡିଆ

0
231

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ,(୨୩/୦୮) : ଶ୍ରାବଣ ମାସ ସରିଲା | କିନ୍ତୁ ଚଳିତ ବର୍ଷ ଶ୍ରାବଣ ରେ ବୈଶାଖୀ ର ଖରା | ପ୍ରବଳ ଗ୍ରୀଷ୍ମ ତାପ ଯୋଗୁଁ ଧାନ ଗଛ ସବୁ ମରିବାକୁ ବସିଲାଣି | ଫଳରେ ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଲେଣି | ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ଧାର୍ଯ୍ୟ ପରିମାଣ ଠାରୁ ୬୭%ରୁ କମ ବର୍ଷା ଯୋଗୁଁ ମରୁଡି ସ୍ଥିତି ଉତ୍ପନ ହୋଇଛି |WhatsApp Image 2021 08 23 at 10.30.41 AM ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ମରୁଡି ଆଶଙ୍କା : ୭୦% ରୁ କମ ବର୍ଷା,୩୦%ଚାଷଜମି ପଡିଆ

ଆସନ୍ତା ୭ ଦିନ ଭିତରେ ଭଲ ବର୍ଷା ହେଲେ ବି ତଳିଘାରି ଏବଂ ତଳି ପୋଡି ଯିବା ଫଳରେ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯିବା ଏକ ପ୍ରକାର ନିଶ୍ଚିତ ବୋଲି କୃଷି ବିଭାଗ ପୂର୍ବାନୁମାନ କରିଛନ୍ତି | ସୂଚନାନୁଯାଇ ହରଭଙ୍ଗା ବ୍ଲକରେ ଚଳିତ ବର୍ଷ ମରୁଡି ଆଶଙ୍କା ଦେଖାଦେଇଛି | ଧାନ ଚାଷ ପାଇଁ ୧୫,୪୫୦ ହେକ୍ଟର, ଅଣ ଧାନ ଚାଷ ପାଇଁ ୯,୭୮୫ ହେକ୍ଟର ଚାଷ ଜମି ରହିଛି | ସେଥିରୁ ୧୮,୧୨୪ ହେକ୍ଟର ଜମିରେ ଜଳସେଚନ ପାଇଁ ସୁବିଧା ରହିଛି |

ଚଳିତ ବର୍ଷ ବ୍ଲକ ରେ ଜୁନ ମାସରେ ଧାର୍ଯ୍ୟ ପରିମାଣ ୨୩୩.୮୦ ମିମି ବର୍ଷା ରୁ ୧୦୪ ମିମି ବର୍ଷା ହୋଇଛି | ଯାହାକି ଜୁନ ମାସରେ ଶତକଡା ୫୫.୫୨ ପ୍ରତିଶତ କମ ବର୍ଷା ହୋଇଛି | ଜୁଲାଇ ମାସରେ ୪୧୮.୫୦ ମିମି ବର୍ଷା ହେବା ଜାଗାରେ ୧୬୨.୦ ମିମି ବର୍ଷା ହୋଇଛି | ଯାହାକି ଜୁଲାଇ ମାସରେ ୬୧.୦୩ ପ୍ରତିଶତ କମ ବର୍ଷା ହୋଇଛି | ଅଗଷ୍ଟ ରେ ୧୪୧.୦୯ ପ୍ରତିଶତ ବର୍ଷା ହେବା କଥା ମାତ୍ର ୨୨ ତାରିଖ ଶ୍ରାବଣ ମାସ ଶେଷ ସୁଦ୍ଧା ୭୦ ପ୍ରତିଶତ ରୁ କମ ବର୍ଷା ଥିବା ରେକଡ଼ ରୁ ଜଣାପଡିଛି | ଫଳରେ ବ୍ଲକ ରେ ୬ ହଜାର ହେକ୍ଟର ଧାନ ଜମିରେ ଧାନ ଚାଷ ହୋଇଥିବା କୃଷି ବିଭାଗ ଆକଳନ କରିଛି |

ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ କ୍ରମାଗତ ଭାବରେ ୫୫.୫୨, ୬୨.୦୩ ,ଓ ଚଳିତ ମାସରେ ୭୦ ପ୍ରତିଶତ କମ ବର୍ଷା ଯୋଗୁଁ ଅଞ୍ଚଳ ରେ ଏକ ନିଶ୍ଚିତ ମରୁଡି ର ଆଭାସ ମିଳୁଥିବା କୃଷି ବିଭାଗ ଆକଳନ କରିଛି | ଅପର ପକ୍ଷରେ ମରୁଡି ଆଶଙ୍କା କୁ ଦୃଷ୍ଟି ରେ ରଖି ଏହି ପରିସ୍ଥିତି ରେ ଆଗୁଆ ରବି ଚାଷ ପାଇଁ ଚାଷ ଙ୍କୁ ବାଦାମ,ମୁଗ, ସୋରିଷ ଚାଷ ପାଇଁ ଆବଶ୍ୟକୀୟ ବିହନ ଯୋଗାଇ ଦିଆ ଯିବା ପାଇଁ ଆଗୁଆ ପ୍ରସ୍ତୁତି ଦିଗରେ ରାଜ୍ୟ କୃଷି ବିଭାଗ କୁ ପ୍ରସ୍ତାବ ଦେଇଥିବାର ଜଣାପଡିଛି |