ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହଣାକଟା

0
90
ପଡୋଶୀଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୨/୦୩) : ପୁରୀ କଣ୍ଠପୁରର କାଶିପୁର ଗ୍ରାମରେ ବୁଲିଲା ଖଣ୍ଡା । ପଡୋଶୀଙ୍କ ଭିତରେ ଗଣ୍ଡଗୋଳ, ହଣାକଟା । ସାଧାରଣ ଘଟଣା ନେଲା ଆକ୍ରୋଶର ରୂପ ।

ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ । ଉଭୟ ପରିବାରର ସଦସ୍ୟ ଆହତ । ଗୋଟିଏ ପରିବାରର ଶଙ୍କର ପ୍ରଧାନ, ତାଙ୍କ ବାପା ଓ ଦାଦା ପୁଅ ଭାଇ ଦିପୁ ପ୍ରଧାନ ଆହତ ହୋଇଥିବା ବେଳେ ଅନ୍ୟ ପରିବାରର ପ୍ରଭାକର ପ୍ରଧାନଙ୍କ ୧୮ ବର୍ଷୀୟ ପୁଅ ବାଦଲ ପ୍ରଧାନ ଆହତ ହୋଇଛନ୍ତି । ଉଭୟ ପକ୍ଷ ଘରେ ପଶି ପଡୋଶୀଙ୍କୁ ଖଣ୍ଡାରେ ମାରିଥିବା ଅଭିଯୋଗ କରିଛନ୍ତି । ଶଙ୍କରଙ୍କ ଘର ସମ୍ମୁଖରେ ପଡୋଶୀ ପ୍ରଭାକର ବାଲି ଗଦାଇ ରଖିଥିଲେ । ଘର ସମ୍ମୁଖରେ ଥିବା ଠାକୁରଙ୍କୁ ପାଣି ଦେବାବେଳେ ପାଣି ପ୍ରଭାକରଙ୍କ ବାଲିଗଦାର କିଛି ଅଂଶ ଭିଜେଇଦେବାରୁ କ୍ରୋଧାନ୍ୱିତ ହୋଇ ପଡୋଶୀ ଶଙ୍କର ଓ ପରିବାରକୁ ପ୍ରଭାକରଙ୍କ ପରିବାର ଲୋକ ଖଣ୍ଡାରେ ଚୋଟ କରିଥିବା ଶଙ୍କରଙ୍କ ପରିବାର ଲୋକ ଅଭିଯୋଗ କରିଥିବା ବେଳେ ପ୍ରଭାକର ଓଲଟା ଅଭିଯୋଗ କରିଛନ୍ତି ଯେ ଶଙ୍କରଙ୍କ ପରିବାର ଲୋକ ୮ ରୁ ୧୦ ଜଣ ମିଶି ତାଙ୍କ ପୁଅ ବାଦଲକୁ ହାଣିଛନ୍ତି । ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।