ତିନିଦଫା ଦାବୀ କୁ ନେଇ ବିଡିଓଙ୍କୁ ଭେଟି ଦାବୀପତ୍ର ପ୍ରଦାନ କଲେ ଜନ ଜାଗରଣ ମଞ୍ଚ

0
143
ତିନିଦଫା ଦାବୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା , (୨୨/୩) : ତିନିଦଫା ଦାବୀକୁ ନେଇ ବିଡିଓଙ୍କୁ ଭେଟି ଦାବୀପତ୍ର ପ୍ରଦାନ କଲେ ରାୟଗଡା ଜିଲ୍ଲା ବିଷମକଟକ ଜନ ଜାଗରଣ ମଞ୍ଚWhatsApp Image 2023 03 23 at 11.09.27 1 ତିନିଦଫା ଦାବୀ କୁ ନେଇ ବିଡିଓଙ୍କୁ ଭେଟି ଦାବୀପତ୍ର ପ୍ରଦାନ କଲେ ଜନ ଜାଗରଣ ମଞ୍ଚ

ବିଷମକଟକ ବ୍ଲକର ସମସ୍ତ ଗ୍ରାମ ଗୁଡିକରେ ପାନୀୟ ଜଳ, ଅଙ୍ଗନବାଡି ଭିତ୍ତିଭୂମି, କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରିବା ଓ ରାସ୍ତା ଘାଟ ଭଳି ବିଭିନ୍ନ ମୌଳିକ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜନଜାଗରଣ ମଞ୍ଚ ଲୋକ ସଂଗଠନ ପକ୍ଷରୁ ଆଜି ବିଷମ କଟକ ବ୍ଲକର ମହିଳା ଓ ପୁରୁଷମାନେ ବିଷମ କଟକ ଆରାଧ୍ୟ ଦେବୀ ମା ମାର୍କମା ମନ୍ଦିର ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୁର୍ଣ୍ଣ ଶୋଭାଯାତ୍ରା ରେ ଆସି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ମାଧ୍ୟ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତିନିଦଫା ଦାବୀ ପତ୍ରରେ ସଂଗଠନ ଉଲ୍ଲେଖ କରିଛି ଯେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଆସୁଥିବା ଯୋଗୁଁ ଗ୍ରାମ ମାନଙ୍କରେ ପିଇବା ପାଣି ସମସ୍ୟା ଦେଖାଦେଲାଣି ତାହାକୁ ଆଖିଆଗରେ ରଖି ସରକାର ତୁରନ୍ତ ପ୍ରତି ଗ୍ରାମ ଗୁଡିକରେ ଥିବା ଜଳ ଉତ୍ସ ଗୁଡିକ ନିର୍ମାଣ, ମରାମତି ଓ ବିଶୋଧନ କରାଯାଉ ଏବଂ ଯେଉଁ ଗ୍ରାମ ଗୁଡିକରେ ଜଳ ସଙ୍କଟ ଥିବ ସେଠାରେ ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ କରାଯାଉ ।

ପ୍ରତି ଗ୍ରାମ ଓ ପଡା ମାନଙ୍କରେ ଥିବା ଲୋକସଂଖ୍ୟା ଆଧାରରେ ନୂତନ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ଖୋଲାଯାଉ, ନିଜସ୍ୱ ଘର ନିର୍ମାଣ, ପୁର୍ଥକ ପାଇଖାନା ଓ ସେଠାରେ ଥିବା ଜଳ ଉତ୍ସ ଗୁଡିକୁ ମରାମତି କରାଯାଉ । କିଶୋରୀ ବାଳିକା ମାନଙ୍କ ପାଇଁ ପୋଷଣ ଯୋଜନା ଲାଗୁ କରାଇ ପୃଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରାଯାଉ । ଏଥିରେ ଅନ୍ୟାନ୍ୟ ସମସ୍ୟା ଯେମିତିକି ରାସ୍ତାଘାଟ, ଶୋକପିଟ ଓ ଡ୍ରେନେଜ ଆଦି ନିର୍ମାଣ ଓ ମରାମତି କରାଯିବା ନିମନ୍ତେ ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ସଭାପତି ଶ୍ରୀଯୁକ୍ତା ଘାସିଆଣି ସାରକା, ଉପ ସଭାପତି ଶ୍ରୀ ଜାଣ୍ଡୁ ହିକକା, ସମ୍ପାଦକ ଶ୍ରୀ ନୀଳଗିରି ପ୍ରାସ୍କା ଓ ଉପ ସମ୍ପାଦକ ଚିନ୍ତାମଣି କାରକାଙ୍କ ନେତୃତ୍ୱରେ ସଂଗଠନ ସଦସ୍ୟା ଓ ସଦସ୍ୟ ଘାସୀଆଣି ସାରକା, ସୁଶାନ୍ତ ତୋଇକା, ସୁରେଶ ମିଣିଆକା, ମିଶ୍ର କାଡ୍ରାକା, ସୁରେନ୍ଦ୍ର ଉର୍ଲାକା, ଭଗବାନ କାଣ୍ଡାମାକା, ମିଟୁ କଣ୍ଡାଗରି, ସାଥୀ ମାମ୍ବାଲାକା, ପ୍ରମୁଖ ଉପସ୍ଥିତ ରହିଥିଲେ ।