Friday, March 29, 2024

Top 5 This Week

Related Posts

ଅଭିଯୁକ୍ତକୁ ଗିରଫ କଲା ପୋଲିସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୨୪/୦୩) : କୃଷି ଯନ୍ତ୍ରପାତି ଯୋଗାଇଦେବା କହି ୫ ଲକ୍ଷ ୭୦ ହଜାର ଟଙ୍କା ଠକେଇ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳରେ ଦୁଇ ଜଣ ଚାଷୀଙ୍କୁ କୃଷି ଯନ୍ତ୍ରପାତି ଯୋଗାଇଦେବା କହି ଲକ୍ଷାଧିକ ଟଙ୍କାର ଠକେଇର କରିଥିବା ସ୍ଥାନୀୟ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ଠକେଇର ଶିକାର ହୋଇଥିବା ଚାଷୀ ହେଲେ ବୀରମହାରାଜପିର ଥାନା ଅନ୍ତର୍ଗତ ହିକୁଡି ଗ୍ରାମର ରବି ସେଠୀ ଓ ବାଘଲପୁର ଗ୍ରାମର ସୌମିତ୍ରୀ ପଧାନ । ସେମାନଙ୍କୁ ଠାରୁ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ତୁଟାମୁଣ୍ଡା ଗ୍ରାମର ବାବୁଲାଲ ଛନ୍ଦ । ସୌମିତ୍ରୀଙ୍କ ଅଭିଯୋଗମତେ ବାବୁଲାଲ ତାଙ୍କୁ କୃଷିଯନ୍ତ୍ରପାତି ଯୋଗାଇଦେବାର ମାଲିକାନାପତ୍ର ଦେଖାଇ ବିଶ୍ୱାସ ଜନ୍ମାଇ ଥିଲା । ଏ ନେଇ ସେ ଗତ ୮ ଅଗଷ୍ଟ ୨୦୨୧ ରେ ନଗଦ ୨ ଲକ୍ଷ ଟଙ୍କା ନେଇଥିଲା । ସେହିପରି ହିକୁଡି ଗ୍ରାମର ନିରଞ୍ଜନ ସେଠୀ ଙ୍କୁ ମଧ୍ୟ ଅନୁରୂପ ଭାବ କୃଷି ଯନ୍ତ୍ରପାତି ଯୋଗାଇ ଦେବି କହି ଗତ ୨୨/୭/୨୨ରେ ୩୦ହଜାର ଟଙ୍କା, ୨/୮/୨୨ ରେ ୭୦ ହଜାର ଟଙ୍କା ଓ ଜମା ଖାତାରେ ୧ ଲକ୍ଷ ୭୦ ଜହାର ଟଙ୍କା ନେଇଥିଲା । ଟଙ୍କା ନେଲା ପରଠାରୁ ସେ କୃଷି ଯନ୍ତ୍ରପାତି ଦେଇ ନ ଥିବା ବେଳେ ଧରାଛୁଆଁ ମଧ୍ୟ ଦେଇ ନ ଥିଲା । ଏପରିକି ଗତ ୧୪/୧୨/୨୦୨୨ରେ ଏକ ଅର୍ଥବିହିନ ଚେକ ଦେଇଥିଲା । ତେବେ ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ।

Popular Articles