Friday, March 29, 2024

Top 5 This Week

Related Posts

ପାରିବାରିକ କଳହ ପାଇଁ କଲେ ଆତ୍ମହତ୍ୟା !

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୪/୦୩) : ପାରିବାରିକ କଳହ ପାଇଁ କଲେ ଆତ୍ମହତ୍ୟା ! ବାଲେଶ୍ୱର ଏକ ହୋଟେଲରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ ।

ମହିଳା ଜଣଙ୍କ ହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଅଞ୍ଜଳି ସାହୁ । ସେ ଦୁଇ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଗୋଟିଏ ଛୋଟ ପୁଅ ବି ଅଛି । ସେ ତାଙ୍କ ବାପାଙ୍କ ସହ ଖଡକପୁରରେ ରହୁଥିଲେ । ଗତକାଲି ସେ ଏକା ଖଡକପୁରରୁ ଭୁବନେଶ୍ୱର ଆସିଥିଲେ । ମାତ୍ର ବାଲେଶ୍ୱର ରେ ଟ୍ରେନରୁ ଓହ୍ଲାଇ ଗୋଟେ ହୋଟେଲରେ ରହିଥିଲେ । ଆଜି ସକାଳୁ ସେ କବାଟ ନ ଖୋଲିବାରୁ ହୋଟେଲ ମାଲିକ ପୋଲିସ ଓ ପରିବାର ଲୋକଙ୍କୁ ଡାକି ତାଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ । ସେ ନିଜ ଓନିରେ ଆତ୍ମହତ୍ୟା କରିଥିଲେ । ପାରିବାରିକ କଳହ ପାଇଁ ସେ ଏପରି ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

Popular Articles