Friday, March 29, 2024

Top 5 This Week

Related Posts

ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୪/୦୩) : ଢେଙ୍କାନାଳରେ ଲୁଟ୍ । କଙ୍କଡ଼ାହାଡ଼ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ୨ ଲକ୍ଷ ୧୭ ହଜର ଟଙ୍କା ଲୁଟି ନେଲେ ।

ଗ୍ରାହକସେବାକେନ୍ଦ୍ର ର ମାଲିକ ହେଲେ ଶସାପଷି ଗ୍ରାମ ର ରଶ୍ମୀରଞ୍ଜନ ପଣ୍ଡା । ଘରୁ ଟଙ୍କା ନେଇ କଙ୍କଡାହାଡ ସ୍ଥିତ ନିଜ ଗ୍ରାହକ ସେବାକେନ୍ଦ୍ରକୁ ଯାଉଥିଲେ । କଳରଙ୍ଗର ପଲସର ଗାଡି ରେ ଦୁଇଜଣ ଦୁର୍ବୁତ୍ତ ଆସି ସଶାପଷି ତାରିଣୀ ମନ୍ଦିର ନିକଟ ରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଲୁଟ ର ଶିକାର ହୋଇ ଥିବା ବ୍ୟକ୍ତି ପୋଲିସ କୁ ଜଣାଇଛନ୍ତି । ଅଭିଯୋଗ ପରେ କଙ୍କଡାହାଡ ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି, ଏହାକୁ ଭଲ ଭାବରେ ପୋଲିସ ତନାଘନା କରିବା ଆବଶ୍ୟକ ।

Popular Articles