ବନାଗ୍ନୀ ନିରାକରଣ ସଚେତନତା କାର୍ଯ୍ୟକ୍ରମ

0
119
ବନାଗ୍ନୀ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୫/୦୩) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମର ପ୍ରଗତି ଓ ମାଁ କନ୍ଧେନ ବୁଢ଼ୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନଙ୍କ ଦ୍ୱାରା ଜଙ୍ଗଲ କୁ ବନାଗ୍ନୀ ନିରାକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବନାଗ୍ନୀ ନିରାକରଣ ସଚେତନତା କାର୍ଯ୍ୟକ୍ରମ ରେ ପରିବେଶ ପ୍ରେମୀ ମହିଳା ତଥା କୋଟସମଲାଏ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ର ବ୍ୟାଙ୍କମିତ୍ର ସଂଗୀତା ପାତ୍ର ପରିବେଶ ର ସୁରକ୍ଷା ଦିଗରେ ସମସ୍ତ ମା ମାନଙ୍କୁ ବୈଠକ ବସି ଅବଗତ କରାଇବା ସହ ଜଙ୍ଗଲ ରେ ନିଆଁ ଲାଗିବା ଦ୍ୱାରା ଆମର ବହୁତ କ୍ଷତି ହେବା ସହ ବନ୍ୟପ୍ରାଣୀ ମାନେ ଇତସ୍ତତଃ ହେଉଛନ୍ତି ଓ ମୃତ୍ତିକା କ୍ଷୟ, ଔଷଧୀୟ ବୃକ୍ଷ ର ବିଲୁପ୍ତ, ତାପମାତ୍ରା ବୃଦ୍ଧି, ବାୟୁମଣ୍ଡଳ ଦୂଷିତ ହେବା ସହ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବୁଝାଇ ଥିଲେ ।ପରେ ଗ୍ରାମ ମଧ୍ୟରେ ବିଭିନ୍ନ ନାରାବାଜି ସହ ଏକ ସଚେତନତା ପଦଯାତ୍ରା କରି ସମସ୍ତଙ୍କୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହ ସୁସ୍ଥ ପରିବେଶ ର ସରଂକ୍ଷଣ ପାଇଁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟା ଉପସ୍ଥିତ ଥିବାବେଳେ ସୁବାଷିନୀ ମାଝୀ, ଦମୟନ୍ତୀ ଦେହେରୀ, କଳ୍ପନା ଦେହେରୀ, ସରସ୍ୱତୀ ଗଡୁଆ, ଗୁପ୍ତେଶ୍ୱର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ ।