Friday, March 29, 2024

Top 5 This Week

Related Posts

ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୫/୩) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପୂର୍ତ୍ତବିଭାଗ ଡାକ ବଙ୍ଗଳା ପରିସରରେ ସ୍ଥାନୀୟ ଲ୍ୟାମ୍ପ ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଛି ।WhatsApp Image 2023 03 25 at 08.12.02 1 ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ଲ୍ୟାମ୍ପ ଶାଖା ପରିଚାଳକ ଚିନ୍ତାଡି କୋଟେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆର ସିଏସ ଦୀପକ ବାରା ଯୋଗଦେଇଛନ୍ତି । ସମ୍ମାନନୀୟ ଅତିଥି ଭାବେ ରାୟଗଡା ବ୍ୟାଙ୍କ ଶାଖା ପରିଚାଳକ ହରିଅର୍ଜୁନ ବିଶୋଇ, ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଲ୍ୟାମ୍ପ ପରିଚାଳନା କମିଟିର ସଭାପତି ଶଙ୍କର ହୁଈକା, ଉପସଭାପତି ପ୍ରମିଳା କାଡ୍ରାକା ମଞ୍ଚାସିନ ରହିଥିଲେ । ଏଥିରେ ୩୨ଲକ୍ଷରୁ ଉର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ, ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ବ୍ୟାଙ୍କିଙ୍ଗ ସୁବିଧା, ଯୁଗ୍ମ ଦେୟ ଗୋଷ୍ଠି ଏବଂ ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ଭୂମିହୀନ ଚାଷୀ ତଥା ଭାଗଚାଷୀ ମାନଙ୍କୁ ବିନା ଓ ସହଜ ସୁଧରେ କୃଷି ଋଣ ବ୍ୟବସ୍ଥା ରହିଥିବା ଅତିଥି ମାନେ କହିଛନ୍ତି । ଉକ୍ତ ବ୍ଲକରେ ୧୪ଟି ପଞ୍ଚାୟତ ରହିଛି । ଏଥିରେ ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏଁ ନୁତନ ଲ୍ୟାମ୍ପ କରାଯିବ । ବର୍ତ୍ତମାନ ୬ଟି ପଞ୍ଚାୟତ ସିକରପାଇ, ପୂଜାରିଗୁଡା, ପୋଲମା, ସୁନାଖଣ୍ଡି, ନାରାୟଣପୁର ଓ ବୁଡ଼ାଗୁଡା ଠାରେ ନୂତନ ଲ୍ୟାମ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟ ଅତିଥି କହିଛନ୍ତି ।

କଲ୍ୟାଣସିଂହପୁର ଲ୍ୟାମ୍ପ କୁ ମିଶାଇ ମୋଟ ୭ ଲ୍ୟାମ୍ପ ରହିବ । ପୂର୍ବରୁ ଏହି ବ୍ଲକରେ ଗୋଟିଏ ଲ୍ୟାମ୍ପ ରହିଥିଲା ।ବର୍ତ୍ତମାନ ବ୍ଲକରେ, ୭ଟି ଲ୍ୟାମ୍ପ ରହିବ । ଯାହା ଫଳରେ ଚାସୀମାନେ ନିକଟସ୍ଥ ଲ୍ୟାମ୍ପରୁ ବିହନ, ସାର ଓ ଋଣ ଭଳି ଅନେକ ସୁବିଧା ପାଇପାରିବେ ବୋଲି କହିଛନ୍ତି । ଏହି ମେଳାରେ ସିଙ୍ଗାରି, ପାରସାଲି, କଲ୍ୟାଣସିଂହପୁର ଓ ଧାମୁଣିପଙ୍ଗା ପଞ୍ଚାୟତ ର ଚାଷୀମାନେ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ବୁଡ଼ାଗୁଡା ଓ ଅନ୍ୟଟି ସୁନାଖଣ୍ଡି ଠାରେ କର୍ମଶାଳା କରାଯିବ ବୋଲି ସ୍ଥାନୀୟ ଲ୍ୟାମ୍ପ ପରିଚାଳକ ଚିନ୍ତାଡି କୋଟେଶ୍ୱର ରାଓ ସୂଚନା ଦେବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଖରିଫ ଋତୁରେ ଅନେକ ଚାଷୀ ମାନଙ୍କୁ ସଠିକ ଭାବରେ ମଣ୍ଡି ଟୋକେନ୍ ମିଳିନଥିବା ସହ ମଣ୍ଡିରୁ ଧାନ ଉଠିନଥିବା ନେଇ ଚାଷୀ ମାନେ ଅଭିେଯାଗ କରଥିଲେ ଉପସ୍ଥିତ ଅଧିକାରୀ ମାନଙ୍କୁ ।

Popular Articles