Thursday, March 28, 2024

Top 5 This Week

Related Posts

ନବରାତ୍ର ଅବସରରେ ଇଷ୍ଟଦେବୀ ମା ସୁରେଶ୍ୱରୀ ପୀଠରେ ଦ୍ୱାତ୍ରିଂଶ ଦୁର୍ଗା ସ୍ତୋତ୍ର ପଠନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୦୩) : ନବରାତ୍ର ଆରମ୍ଭ ଅବସରରେ ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ପୀଠ ଠାରେ ଶତାଧିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ସାମୁହିକ ଦ୍ଵାତ୍ରୀଂଶ ଦୁର୍ଗା ସ୍ତୋତ୍ର ପଠନ କରାଯାଇଥିଲା ।

ବିଶ୍ୱ କଲ୍ୟାଣ ପାଇଁ ୧୦୮ ଆବର୍ତ୍ତ ପଠନ କରାଯାଇଥିଲା । ନବରାତ୍ର ଅବସରରେ ଇଷ୍ଟଦେବୀ ମା ସୁରେଶ୍ୱରୀ ପୀଠରେ ଦ୍ୱାତ୍ରିଂଶ ଦୁର୍ଗା ସ୍ତୋତ୍ର ପଠନ କାର୍ଯ୍ୟକ୍ରମ କୁ ମା ସୁରେଶ୍ୱରୀ ଙ୍କ ଭକ୍ତ ଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଜଗତ କଲ୍ୟାଣ ପାଇଁ ଓ ଜଯମାନ ଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆଜି ଏହି ଯଜ୍ଞ ଓ ସମସ୍ତ କାର୍ଯ୍ୟକ୍ରମ କରାଯାଇଛି ବୋଲି ମା ଙ୍କ ଭକ୍ତ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସହଯୋଗୀ ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ, ପଦ୍ମ ଲୋଚନ ମିଶ୍ର, ଲଡ଼ୁ କିଶୋର ମଲ୍ଲିକ, ରବି ମହାପାତ୍ର, ଅଭ୍ୟାଗତ ମହାପାତ୍ର, ସତ୍ୟ ନାରାୟଣ ତ୍ରିପାଠୀ, ନିରଞ୍ଜନ ତ୍ରିପାଠୀ, ରଶ୍ମି ସାହୁ, ବେଣୀମାଧବ ବେଦବାକ ମତ ରଖି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Popular Articles