Thursday, March 28, 2024

Top 5 This Week

Related Posts

ଜଗନ୍ନାଥ ମହାପ୍ରଭୁ ଙ୍କ ରଥ କାଠ ପାଇଁ କଟା ହେଲା ଗଛ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୦୩) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ଖଲିଆପାଲି ଗ୍ରାମ ପଞ୍ଚାୟତ ଟିକ୍ରାପଡା ସ୍ଥିତ ତେଲ ନଦୀ କୂଳରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ରଥ ନିର୍ମାଣ ପାଇଁ ରଥ କାଠ ପାଇଁ ଫାସୀ ଗଛ କଟା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜଗନ୍ନାଥ ମହାପ୍ରଭୁ ଙ୍କ ରଥ କାଠ ପାଇଁ କଟା ହେଲା ଗଛ । ଗଛ ନିକଟରେ ପାରମ୍ପରିକ ପୂଜାର୍ଚ୍ଚନା ଓ ଘଣ୍ଟଶଙ୍ଖ ଓ ହରିବୋଲ ଧ୍ୱନି ସହ କଣ୍ଟାମାଳ ରେଞ୍ଜର ସୁଶ୍ରୀ କ୍ଷିରାବ୍ଧି ପ୍ରଧାନ ଗଛ କଟାର ଶୁଭାରମ୍ଭ କରିଥିଲେ । କଣ୍ଟାମାଳ ବନପାଳ ହୃଦାନନ୍ଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବନରକ୍ଷୀ ଦିଗାମ୍ବର ପ୍ରଧାନ ଙ୍କ ସହ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଟିକ୍ରାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୫ ଗୋଟି ଫାଶୀ ଗଛ ଓ ଉଦେପୁର ସଂରକ୍ଷିତ ଜଙ୍ଗଲରୁ ୩ ଗୋଟି ଗଛ କଟା ଯାଇଥିବା ନେଇ ରେଞ୍ଜର ସୁଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Popular Articles