ବିଦ୍ୟାଳୟ ର ଗେଟ୍ ନିର୍ମାଣକୁ ନେଇ ବିବାଦ, ଜମି ମାଲିକ ସହ ଗ୍ରାମ ବାସୀ

0
301
ବିଦ୍ୟାଳୟ ର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୬/୩) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ର ବଡନାୟକଗୁଡା ଆଶ୍ରମ ବିଦ୍ୟାଳୟ ର ନୂତନ ଗେଟ୍ ନିର୍ମାଣକୁ ନେଇ ଜମି ମାଲିକ କେ ଗୌରୀ ନାଇଡୁ ସହ ଗ୍ରାମ ବାସୀ ଙ୍କ ବିବାଦ ଦେଖିବା କୁ ମିଳିଛି ।WhatsApp Image 2023 03 26 at 08.40.45 ବିଦ୍ୟାଳୟ ର ଗେଟ୍ ନିର୍ମାଣକୁ ନେଇ ବିବାଦ, ଜମି ମାଲିକ ସହ ଗ୍ରାମ ବାସୀ

ଏହି ଆଶ୍ରମ ବିଦ୍ୟାଳୟ ର ୧୯୫୭ ରେ ସ୍ଥାପିତ ହୋଇଥିବା ବେଳେ ଜମି ମାଲିକ କ’ଣ ପାଇଁ ଚୁପ୍ ଚାପ୍ ଥିଲେ ଆଉ ଆଜି ନୂତନ ଗେଟ୍ ନିର୍ମାଣ କରିବା ବା ସମୟ ରେ ଆସି ଗେଟକୁଭାଙ୍ଗି ଦେବି ବୋଲି କହୁଛନ୍ତି ଜମି ମାଲିକ । ଏହାକୁ ବିରୋଧ କରିଛନ୍ତି ବିଦ୍ୟାଳୟ ର କମିଟି ସହ ଗ୍ରାମର ଶ୍ରୀନାଥ ହିମିରିକା, ପୂର୍ଣ୍ଣ ଚନ୍ଦ୍ର ପ୍ରାସ୍କା, ସାରୁ କଣ୍ଡାଗରି, ସମା ପ୍ରାସ୍କା, ପୁରୁଷତମ ପ୍ରାସ୍କା, ଗୋପି ପ୍ରାସ୍କା, ପୁଲସିଙ୍ଗି ପ୍ରାସ୍କା, ଦାନୁ ନାଣାକା ଓ ବିଦ୍ୟାଳୟ ର ସଭାପତି ନୀଳକଣ୍ଠ ପିଡ଼ିସିକା । ଅନ୍ୟ ପଟେ ଜମି ମାଲିକ ମୋ ବାପା ଅର୍ଜିତ ଜମି ଦେବା ସମୟ ରେ ଆମ କୁ ସରକାର ଙ୍କ ତରଫ ରୁ କହିଥିଲେ ଯେ ତୁମ ପରିବାର ର ଜଣେ ସଦସ୍ୟ ଙ୍କୁ ଆଶ୍ରମ ବିଦ୍ୟାଳୟର ରେ ନିଯୁକ୍ତି ଦେବା ପାଇଁ ପ୍ରତି ଶ୍ରୁତି ଦେଇ ଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ପରିବାର ର ସଦସ୍ୟ ଙ୍କୁ ନିଯୁକ୍ତି ଦିଆ ଗଲା ନାହିଁ । ତେଣୁ ବାଧ୍ୟ ହୋଇ ଏହି ଗେଟ୍ ନିର୍ମାଣକାମ କୁ ବନ୍ଦ କରିବା ପାଇଁ ଦାବି କରୁଛି ।

ଯଦି ବାବୁ ରାଓ କଞ୍ଜକା ଙ୍କୁ ବିଦ୍ୟାଳୟରେ ଯେ କୌଉନଶି ନିଯୁକ୍ତି ଦେଲେ ଶୋ ଇଚ୍ଛା ରେ ଆମ ପରିବାର ର ସମସ୍ତେ ସଦସ୍ୟ ମିଶି ବିଦ୍ୟାଳୟର ଜାଗା କୁ ଦାନ ସହ ରୂପ ଲେଖି କି ଦେବୁ । ଯଦି ନିଯୁକ୍ତି ନ ଦିୟନ୍ତି ଯେତିକି ଜାଗା ରେ ବିଦ୍ୟାଳୟ ବସିଛି ସେତିକି ଜାଗା ଆମକୁ ଦିୟା ଯାଉ ବୋଲି ଜମି ମାଲିକ କେ ଗୌରୀ ନାଇଡୁ ଦାବୀ କରିଛନ୍ତି । ଏହି ସମ୍ପର୍କ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଙ୍ଗନା ନାଗ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଏହି ଜମି ସମ୍ପର୍କ ରେ ଆମେ ଲିଖିତ ସରକାର ଙ୍କୁ ଜଣେଇ ଛୁ ବିଦ୍ୟାଳୟର ଜମି ପଠା ଦେବାପାଇଁ । ଏହାର ନିଷ୍ପତି ସରକାର ଙ୍କ ପାଖରେ ରହିଛି ବୋଲି କହିଛନ୍ତି । ବାକି ରହିଲା ଏହି ବିଦ୍ୟାଳୟର ବିବାଦ ର ସମସ୍ୟା କୁ କି ପରି ସରକାର ସମାଧାନ କରିବେ ତାହା ଦେଖିବା କୁ ରହିଲା ।