ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୬/୩) : ମାଟିର ଗର୍ବ ଓ ଗୌରବ ବିରାଜିନୀ ଶବର । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡା ର ଗୁଣୁପୁର ସହର ର ଅନତି ଦୂର ଏକ ଅଖ୍ୟାତ ଆଦିବାସୀ ପଲ୍କୀରେ ଜନ୍ମ ବିରାଜିନୀ ଶବର ।
ଜନ୍ମରୁ ତା କଣ୍ଠରେ ସରସ୍ୱତୀ ମା ଶାରଳା ବିଜେ କରିଛନ୍ତି । ସୁଲଳିତ କଣ୍ଠ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ ର ଦ୍ୱିତୀୟ ବାର୍ଷିକ ଛାତ୍ରୀ । ପାଳିତ ପିତା ପଞ୍ଚାନନ ଚୌଧୁରୀ ଓ ତାଙ୍କ ପତ୍ନୀଂକର ଲାଳନ ପାଳନ ତଥା ନିଜେ ପ୍ରତିଷ୍ଠା କରିଥିବା ଏବିଏସ୍ କେ ସଂଗୀତ ମହାବିଦ୍ୟାଳୟ ଗୁଣୁପୁର ରେ ତାକୁ ଶିକ୍ଷାଦାନ ଦେଉଛନ୍ତି । ନିଜେ ଝିଅଟିର ସମସ୍ତ ଦାୟିତ୍ୱ ବହନ କରି କଷ୍ଟ ସ୍ୱୀକାର କରି ଆଦିବାସୀ ଝିଅଟିର ସ୍ୱପ୍ନ କୁ ସାକାର କରିବାକୁ ପ୍ରସ୍ତୁତ । ମାଟିର ଗର୍ବ ଓ ଗୌରବ ବିରାଜିନୀ ଶବର ପୂର୍ବ ଓଡିଶାର ବ୍ୟକ୍ତି ହେଲେବି ସାରା ଓଡିଶାକୁ ଭଲ ପାଉଥିବା ଓଡିଶାର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ବିଗତ ତ୍ରୀବେଣୀ ମହୋତ୍ସବ ଅବସର ରେ ଖତ ଗଦାରେ ପଦ୍ମ ଫୁଟିଥିବା ଏହି ବିରଳ ପ୍ରତିଭା ଟି ର କଣ୍ଠରେ ପ୍ରଥମ ଗୀତ ରେକର୍ଡ କରି ସାରା ଓଡିଶାର ଲୋକ ଲୋଚନକୁ ଆଣିଛନ୍ତି ।
ସେ କୁହନ୍ତି ପ୍ରତିଭା କେବେ ଲୁଚି ରହିବନି । ମୁଁ ଗୋଟେ ସାଧାରଣ ବ୍ୟକ୍ତି ମାଧ୍ୟମ ମାତ୍ର । ସେ ଝିଅ ଟିର ଅଭିଭାବକ ଚୌଧୁରୀ ପତି ପତ୍ନୀ୍ଂକୁ ଭୁରିଅସୀ ପ୍ରଶଂସା କରିଛନ୍ତି । ଆଦିବାସୀ ଝିଅ ବିରାଜିନୀ ପରିବାରର ପ୍ରତିବଂଧକ ସତ୍ୱେ ଏତେବଡ ମହନୀୟ କାର୍ଯ୍ୟ କରୁଛନ୍ତି ତାଙ୍କ ନିକଟରେ ଚେ ଚିର ନମସ୍ୟ । ଆଗାମୀ ଦିନ ମାନଙ୍କରେ ବିରାଜିନୀ ଖାଲି ଓଡିଶା ବାହାରେ ସୁନାମ ଅର୍ଜନ କରିବ ଏଥିରେ ତିଳେ ପାତ୍ର ସଂଦେହ ନାହିଁ । ବିରାଜିନୀ କୁ ନେଇ ସଂଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ଗୋଟେ ବଡ ପ୍ରୋଜେକ୍ଟ ର କାମରେ ବ୍ୟସ୍ତ ଅଛନ୍ତି । ଆଗାମୀ ଦିନରେ କଠୋର ସାଧନା ଓ ନିଷ୍ଠା ବରାଜିନୀ କୁ ସଫଳତାର ଶିର୍ଷରେ ପହଞ୍ଚାଇବ ବୋଲି ଦ୍ରୁଢ ବିଶ୍ୱାସ ।