Thursday, March 28, 2024

Top 5 This Week

Related Posts

କୋଶଳିଆ ମାଳି ସମାଜ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୬/୩) : ସୁବର୍ଣ୍ଣପୁର ଜିଲ୍ଲା ବାଞ୍ଜିପାଲି ଅଞ୍ଚଳ ର ସାନଫବସି ଗାଁ ରେ ଆଜି କୋଶଳିଆ ମାଳି ସମାଜ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ତଥା ଜିଲ୍ଲା ଗଠନ କରାଯାଇଛି ।‌

ପ୍ରାରମ୍ଭରେ ବାବା କୁଶଳେଶ୍ଵରଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଜାତି ବ୍ୟକ୍ତି ବିଶେଷ ଆର୍ଶିବାଦ ନେଇଥିଲେ । କୋଶଳିଆ ମାଳି ସମାଜ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ସଭାପତି ବିଶ୍ଵମ୍ଭର ପୁଟେଲ, ସୁବଲ ପୁଟେଲ, ସୂର୍ଯ୍ୟ ପୁଟେଲ, ରାଜ୍ୟ ଉପ ସଭାପତି ଭୀଷ୍ମଦେବ ପୁଟେଲ, ଟେକରାଜ ପୁଟେଲ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ସଭାପତି ଭାବେ ତ୍ରିପୁରାରୀ ସମରଥ, ଉପସଭାପତି ଜଗନ୍ନାଥ ଉଡାନ୍, ସମ୍ପାଦକ ରାମଚନ୍ଦ୍ର ପୁଟେଲ,ସହ ସମ୍ପାଦକ ମୁନୁ ଗୁଦୁରିଆ, କୋଷାଧ୍ୟକ୍ଷ ନରେନ୍ଦ୍ର ବାଘ, ସମୀକ୍ଷକ ବାସୁଦେବ ପୁଟେଲ, ସଂଯୋଜକ ଲକ୍ଷ୍ମୀକାନ୍ତ ପୁଟେଲ, ପତ୍ରବାହକ ରବିନ୍ଦ୍ର ପୁଟେଲ ଓ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ରେ ୧୧ ଜଣ କର୍ମକର୍ତ୍ତା ଚୟନ କରାଯାଇଛି । ଏହି ସଭାରେ ଜିଲ୍ଲା ଗଠନ, ମାଳୀ ସମାଜ ର ଇତିହାସ, ଉଦ୍ଦେଶ୍ୟ, ନୀତି ନିୟମ, ପରମ୍ପରା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି ଜିଲ୍ଲା ଗଠନ ସଭା ରେ କୋଟସମଲାଇ ଅଞ୍ଚଳ, ବୀରମହାରାଜପୁର, ଶଙ୍କରା, ଡୁଙ୍ଗୁରିପାଲି, ବାଞ୍ଜିପାଲି ଅଞ୍ଚଳ ରୁ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିରେ ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ, କଳାହାଣ୍ଡି, ନୂଆପଡା, ସମ୍ବଲପୁର ରୁ ଶହଶହ ଜାତି ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

Popular Articles