୨୪ ଘଣ୍ଟାରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ହେବ : ୯ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି

0
223

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୫/୦୮) : ୨୪ ଘଣ୍ଟାରେ ରାଜ୍ୟ ରେ ଆଜିଠୁ ୩୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପ୍ରତିଦିନ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୩୦ ଓ ୩୧ରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ବର୍ଷା ୯୦ ରୁ ୧୦୦ମିମି ହୋଇପାରେ ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏନେଇ ୯ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୁଖ୍ୟତଃ କନ୍ଧମାଳ ନୟାଗଡ, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ ବାଲେଶ୍ୱର ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଉଣା ଅଧିକ ବର୍ଷା ଜାରି ରହିବ ।

୨୪ ଘଣ୍ଟାପରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଅନେକ ଜିଲ୍ଲା ଏବଂ ଉପକୂଳ ଜିଲ୍ଲା ଗୁଡିକରେ ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୭ରେ ବର୍ଷାର ପରିମାଣ ବଢିପାରେ । ବର୍ତ୍ତମାନ ମନସୁନ୍ ଟ୍ରାପ ଉତ୍ତର ମୁହାଁ ରହିଥିବା ବେଳେ ଏହାରି ପ୍ରଭାବରେ ବର୍ଷା ସ୍ଥିତି ଦେଖାଦେବ ।

ଅନ୍ୟପଟେ ଜୁନ୍ ପହିଲାରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ୫୮୮.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୨୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ କମ୍ ବର୍ଷା ହୋଇଛି ।