ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

0
222

ରିପୋର୍ଟ : ବିମଳେନ୍ଦୁ ସାହୁ
ଲୋଇସିଂହା,(୨୫/୦୮) : ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନୈକା ରୋଗୀଙ୍କୁ ୬ ମାସ ତଳର ଏକ୍ସପାଏରି ସାଲାଇନ ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା ଜଣାଯାଇଛି ।WhatsApp Image 2021 08 25 at 10.34.17 AM ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଦିଆଗଲା ଏକ୍ସପାଏରି ସାଲାଇନ

ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମର ମକୁନ୍ଦ ପଧାନଙ୍କ ଭଉଣୀ ସନ୍ତୋସିନୀ (୧୮) ଙ୍କ ଦେହ ଅସୁସ୍ଥ ହେବାରୁ ଗତ ୨୨ ତାରିଖରେ ସେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତା ପରଦିନ ଅର୍ଥାତ ୨୩ ତାରିଖ ରାତିରେ ତାଙ୍କୁ D5 ନାମକ ଏକ ସାଲାଇନ ଦିଆଯାଇଥିଲା । ତେବେ ସାଲାଇନ ନେବାର କିଛି ସମୟ ପରେ ସନ୍ତୋସିନୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିବା ନେଇ ତାଙ୍କ ବଡ଼ ଭାଇ ମକୁନ୍ଦ ଅଭିଯୋଗ କରିଛନ୍ତି ।

ସାଲାଇନର ଅବଧି ମାର୍ଚ୍ଚ ୨୦୨୧ ରେ ଶେଷ ହୋଇ ଯାଇଥିବା ବେଳେ କିଭଳି ରୋଗୀଙ୍କୁ ଏକ୍ସପାଏରି ସାଲାଇନ ଦିଆଗଲା, ସେ ନେଇ ରୋଗୀଙ୍କ ବଡ଼ଭାଇ ମକୁନ୍ଦ ପ୍ରଶ୍ନ ଉଠାଇଛନ୍ତି । ଏ ନେଇ ଲୋଇସିଂହା ହସ୍ପିଟାଲର ମେଡିକାଲ ଅଫିସର ଡା ପ୍ରତିମା ସୋରେନଙ୍କୁ ପଚାରିବାରେ ସେ ଘଟଣାକୁ ସ୍ୱୀକାର କରିବା ସହିତ ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ ।

ତେବେ ଗତ ମାର୍ଚ୍ଚ ମାସରୁ ପ୍ରାୟ ୨୫ ଟି D5 ସାଲାଇନ ଷ୍ଟୋରରୁମରୁ ରୋଗୀଙ୍କ ପାଇଁ ଦିଆଯାଇ ଥିବାବେଳେ ସେଥିରୁ ଭୁଲ ବଶତଃ ଗୋଟିଏ ରହିଯାଇଥିବା ନେଇ ଫାର୍ମାସିଷ୍ଟ ମହାଦେବ ରଣା ସଫେଇ ଦେଇଛନ୍ତି । ବଲାଙ୍ଗୀର ସିଡିଏମଓ ଏଥିପ୍ରତି ଦୃଷ୍ଟିଦେଇ ଏହି ଘଟଣାରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଦାବି ହେଉଛି ।