ଭାରସାମ୍ୟ ହରାଇ ବୋଲେର ଓଲଟିବାରୁ ୧୦ ବର୍ଷର ବାଳିକାର ମୃତ୍ୟୁ : ୪ ଜଣ ଆହତ

0
425

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,ତା(୨୫/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେର ଓଲଟିବାରୁ ଘଟଣା ସ୍ଥଳରେ ୧୦ ବର୍ଷର ବାଳିକା ରୁପା ଜିରାକା ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି ।WhatsApp Image 2021 08 25 at 12.56.50 PM ଭାରସାମ୍ୟ ହରାଇ ବୋଲେର ଓଲଟିବାରୁ ୧୦ ବର୍ଷର ବାଳିକାର ମୃତ୍ୟୁ : ୪ ଜଣ ଆହତ

ସୂଚନା ଅନୁଯାୟୀ କର୍ଣ୍ଣପାଡୁ ଗାଁ ର ୭ ଜଣ ଲୋକ ବୋଲେର ନମ୍ୱର ଓ ଆର ୦୨ ବିଏମ ୭୪୦୩ ଭଡ଼ା କରି ନିଜ ସମ୍ପର୍କୀୟଙ୍କ ଘର ବୁର୍ଜୁଗୁଡା କୁ ଯାଉଥିଲେ । ଗାଡିଟି ଦ୍ରୁତଗତିରେ ରହିଥିବାରୁ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେର ଓଲଟି ପଡ଼ି ବାରୁ ଘଟଣା ସ୍ଥଳରେ ୧୦ ବର୍ଷର କନ୍ୟା ରୁପା ଜିରାକା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ପଦ୍ମାବତୀ ଜିରାକା, ପ୍ରମୁଖ ଆହତ ହୋଇଛନ୍ତି ।

ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସ ଆଇ ବିମଲ କହଁର,ଏଏସଆଇ ଡି କେ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅପମୃତ ମାମଲା ରୁଜୁ କରି, ଶବ ଜବତ କରିବା ପରେ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।