ଓଡିଶା ଡ୍ରାଇଭର ମହାସଂଘ ତରଫରୁ ରାଲି ପାଇଁ ଜିଲାପାଳଙ୍କଠୁ ଅନୁମତି ପତ୍ର

0
217

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୫/୦୮) : ଆଜି ଢେଙ୍କାନାଳ ଜିଲ୍ଲାର ଓଡିଶା ଡ୍ରାଇଭର ମହାସଂଘ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଏକ ରାଲ୍ଲୀ ପାଇଁ ଅନୁମତି ଲୋଡିଛନ୍ତି । ନୂତନ ଭାବେ ଗଢ଼ି ଉଠିଥିବା ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରୁ ଡ୍ରାଇଭର ମାନେ ଏହି ସଂଘରେ ଯୋଡ଼ିହେବା ସହ, ସେମାନଙ୍କର ସଂଘ କୁ ଦୃଢ଼ କରିବା, ସମ୍ମାନର ସହ ବଞ୍ଚିବା, ଜୀବନ ଜୀବିକା ସମ୍ବନ୍ଧୀୟ ସୁରକ୍ଷା ପାଇଁ ଏକ ସଂଘ ଗଠନ କରିଛନ୍ତି ।WhatsApp Image 2021 08 26 at 9.16.39 AM ଓଡିଶା ଡ୍ରାଇଭର ମହାସଂଘ ତରଫରୁ ରାଲି ପାଇଁ ଜିଲାପାଳଙ୍କଠୁ ଅନୁମତି ପତ୍ର

ଆଗାମୀ ଦିନରେ ଓଡିଶା ଡ୍ରାଇଭର ମହାସଂଘ କୁ ମଜଭୁତ କରିବା ପାଇଁ ଆସନ୍ତା ୧ ସେପ୍ଟେମ୍ବର ଦିନ ଢେଙ୍କାନାଳ ଜିଲ୍ଳାର ବିଭିନ୍ନ ବ୍ଲକରୁ ଡ୍ରାଇଭର ମାନେ ସହରରେ ଏକାଠି ହୋଇ ଏକ ରାଲି ପାଇଁ ଯେଉଁ ମନସ୍ଥ କରିଛନ୍ତି, ସେଥିପାଇଁ ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଠାରୁ ଏକ ଅନୁମତି ଲୋଡିଛନ୍ତି ।

ସେମାନେ ଆଜି ଏକାଠି ହୋଇ ଜିଲ୍ଲାପାଳଙ୍କୁ ଭେଟିବା ସହ ଏକ ଦରଖାସ୍ତ ପ୍ରଦାନ କରିଥିଲେ । ଆଜିର ସମାଜରେ ଡ୍ରାଇଭର ମାନଙ୍କର ଜୀବନ ଜୀବିକା ସୁରକ୍ଷା ବିପର୍ଯ୍ୟୟ । ତେଣୁ ସମଗ୍ର ଡ୍ରାଇଭର ଭାଇମାନେ ମିଳିତ ହୋଇ ଏହି ସଂଘ ଗଠନ କରିଛନ୍ତି ।