Friday, March 29, 2024

Top 5 This Week

Related Posts

ହରଭଙ୍ଗା ବ୍ଲକରେ ମରୁଡି ହେବା ସୁନିଶ୍ଚିତ : ଆନିକଟ ର ପୁନଃ ଉଦ୍ଧାର ପାଇଁ ଚାଷୀଙ୍କ ଦାବି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୬/୦୮) : ଚଳିତ ବର୍ଷ ଚାଷି ବି ଜାଣିଲାଣି ଯେ ମରୁଡି ହେବା ସୁନିଶ୍ଚିତ | ଯେଉଁ ସମୟରେ ଚାଷ ଜମି ସବୁଜ ରଙ୍ଗରେ ଭରପୁର ହୋଇ ଲହଡି ଭାଙ୍ଗିବା କଥା ସେହିସମୟରେ ଚlରିଆଡେ ବର୍ଷା ଅଭାବରୁ ମାଟିଫlଟି ଆଁ କରିଛି | ଚାଷଜମି ଗୁଡିକରେ ଗାଈ ଗୋରୁ ଚରୁଛନ୍ତି | ହରଭଙ୍ଗା ବ୍ଲକର ଚାଷୀ କୁଳଙ୍କ ଅବସ୍ଥା ଏଵେ ଏହିପରି |WhatsApp Image 2021 08 26 at 9.17.41 AM ହରଭଙ୍ଗା ବ୍ଲକରେ ମରୁଡି ହେବା ସୁନିଶ୍ଚିତ : ଆନିକଟ ର ପୁନଃ ଉଦ୍ଧାର ପାଇଁ ଚାଷୀଙ୍କ ଦାବି

ସେମିତି ହରଭଙ୍ଗା ବ୍ଲକ ର ତିଲେଶ୍ୱର ପଞ୍ଚାୟତ ମୂଷାଡ଼ ଗ୍ରାମ ଦେଇ ଯାଇଥିବା ଲଷ୍ମୀ ନାଳ ଉପରେ ତିଆରି ହୋଉଥିବା ଆନିକଟ ଉପରେ ଦୁଇଟି ପଞ୍ଚାୟତ ର ଚାଷୀଙ୍କ ଭରସା | ଏହି ଆନିକଟ ୨୦୦୧ ମସିହାରେ ତିଆରି ହୋଇଥିଲା ଏବଂ ଏହି ଆନିକଟ ରୁ ଚାଷ ଜମିରେ ପାଣି ମାଡାଇବା ପାଇଁ ଏକ କେନାଲ ବାହାର କରାଯାଇ ଥିଲା ଯାହାର ନାମ ଗାନ୍ଧୀ କେନାଲ | ଏହି ଗାନ୍ଧୀ କେନାଲରୁ ତିଲେଶ୍ୱର ପଞ୍ଚାୟତ ର ମୂଷାଡ଼, କୁଟୁନିଆଁ ପଡ଼ା, ତାକୁଡ଼, ଛେଲ ଲେଣ୍ଡି, ମାଣିକ ପୁର, ଖଜୁରିଆ ଓ ରାମଗଡ଼ ପଂଚାୟତ ର ମହିବାହାଲ, କୋଇଲିସୂତା, ଠେଲା ମାଲୁଣି, କୋଡାପଡା, ରାମଗଡ ଇତ୍ୟାଦି ୧୧ ଖଣ୍ଡ ଗାଁ ପାଣିମଡ଼ଇ ଚାଷ କାର୍ଯ୍ୟ କରୁଥିଲେ | କିନ୍ତୁ ଚଳିତ ବର୍ଷ ବର୍ଷା ଅଭାବରୁ ଗାନ୍ଧୀ କେନାଲ ରେ ପାଣି ଆସୁନି ସଂପୂର୍ଣ ଶୁଖିଲା ପଡିଛି ,ହରଭଙ୍ଗା ବ୍ଲକରେ ମରୁଡି ହେବା ସୁନିଶ୍ଚିତ |WhatsApp Image 2021 08 26 at 9.17.40 AM ହରଭଙ୍ଗା ବ୍ଲକରେ ମରୁଡି ହେବା ସୁନିଶ୍ଚିତ : ଆନିକଟ ର ପୁନଃ ଉଦ୍ଧାର ପାଇଁ ଚାଷୀଙ୍କ ଦାବି

ହରଭଙ୍ଗା ବ୍ଲକରେ ମରୁଡି ହେବା ସୁନିଶ୍ଚିତ,ଚାଷୀଙ୍କ ଭରସା ର ଆଶାବାଡି ସତେ ଯେମିତି ଭାଙ୍ଗି ଯାଇଛି | ଏହି ଗାନ୍ଧୀ କେନାଲ ଆନିକଟ ଆରମ୍ଭରୁ ବିଗତ ୨୦ ବର୍ଷରେ ଥରେ ମାତ୍ର ପଙ୍କ ଉଦ୍ଧାର କରାଯାଇଥିଲା | ଏଵେ ଅଳିଆ ଆବର୍ଜନା ପଙ୍କ ରେ ପୋତି ହୋଇଯାଇଛି କୋଟି କୋଟି ସରକାରୀ ରାଜସ୍ବ ଖର୍ଚ୍ଚ ହୋଇତିଆରି ହୋଇଥିବା ଗାନ୍ଧୀ କେନାଲ ଆନିକଟ | ଚାଷୀ ପ୍ରତିବର୍ଷ ଜଳକର ଦେଉଛି କିନ୍ତୁ ଏହି ଜଲକର ର ସୁବିଧା ପାଇପାରୁନି | ଯେମିତି ପ୍ରତିବର୍ଷ ଚାଷୀ ଜଳ କର ଦେଉଛି ସେମିତି ଏହି କେନାଲ ଓ ଆନିକଟ କୁ ପ୍ରତିବର୍ଷ ପଙ୍କ ଉଦ୍ଧାର କଲେ ଜଳର ଅଭାବ ରହିବନି ଏହି କେନାଲ ଉପରେ ଭରସା କରୁଥିବା ୨ ଟି ପଞ୍ଚାୟତ ର ଚାଷୀକୁଳଙ୍କୁ |

ଏଣୁ ଏବର୍ଷ ବର୍ଷା କୁ ଆକଳନ କରି ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଆଗାମୀ ଦିନକୁ ଦୃଷ୍ଟି ରେ ରଖି ଏହି ଆନିକଟ ଓ କେନାଲ କୁ ପୁନଃ ଉଦ୍ଧାର କଲେ ସ୍ଥାନୀୟ ଚାଷୀ ମାନେ ଚାଷ ପାଇଁ ଜଳ କଷ୍ଟରୁ ମୁକ୍ତି ପାଇବେ ବୋଲି ବୁଦ୍ଧିଜୀବୀ ଓ ଚାଷୀକୁଳ ଅଭିଯୋଗ ଆଣିଛନ୍ତି |

Popular Articles