Friday, March 29, 2024

Top 5 This Week

Related Posts

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫୁର ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୨୬/୦୮/୨୧) : ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣଳୟର ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫରୁ ଏକ ସେମିନାର ବୈଠକ ଅନୁଷ୍ଠିତ ହୋଇଥିଲ।।f74c663d 9f2e 45ad b1f2 9d7113b9dc7f ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫୁର ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ

ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ର କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ସଂଖ୍ୟାଲଘୁ କଲ୍ୟାଣ ବିଭାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଠା ଶ୍ରୀ ସୁଧିର ଦାସ, ସାସଂଦ ପ୍ରତିନିଧି ଶ୍ରୀ ଦୁର୍ଗା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର୍‌.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଧର ନାୟକ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ଗୁଣୁପୁର ଶ୍ରୀ ସରୋଜ କୁମାର ପାଢୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ରାୟଗଡ ଶ୍ରୀ ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟକ୍ରମ ବିଶେଷ କରି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ଗ୍ରାମାଞ୍ଚଳର ଭିତୀଭୂମିର ଉନ୍ନତି ଅସଂଯୋଜିତ ଗ୍ରାମ ଗୁଡିକ ନିତିଦିନିଆ ରାସ୍ତା କରିବା କାର୍ଯ୍ୟକରି ବିଗତ ୨୦୦୦ ମସିହାରୁ ଚାଲି ଆସୁଅଛି । ଜିଲ୍ଲାର ଗ୍ରାମ,ବ୍ଲକ ଓ ଜିଲ୍ଲା ସ୍ତରରେ ରାସ୍ତା ଗୁଡିକ ନିର୍ମାଣ ଉନ୍ନତି ହେବା ଦ୍ୱାରା ଯୋଗାଯୋଗ ଉନ୍ନତି ଘଟିଛି ବିଶେଷ କରି ଗ୍ରାମଞ୍ଚଳର ଲୋକ ମାନେ ନିଜର ଉତ୍ପାଦିତ ଦ୍ରବ୍ୟ ଠିକ ଭାବରେ ବଜାରକୁ ଯାଇ ବିପଣନ କରିପାରୁଛନ୍ତି ।dff910f5 c9af 4a51 a758 6da93d276eb2 ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫୁର ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ

ସେହିଭଳି ଦୁର୍ଗମ ଅଂଳରର ଗର୍ବବତୀ ମହିଳା ମାନେ ମଧ୍ୟ ସୁବିଧା ଭାବରେ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି, ଅପହଞ୍ଚ ଇଲାକାର ଶିଶୁ ମାନେ ପାଠପଢି ପାରୁଛନ୍ତି । ତେଣୁ ଛୋଟଛୋଟ ଅଣସଂଯୋଜିତ ଗ୍ରାମ ଗୁଡିକ ସଂଯୋଗୀ କରଣ ହେଲେ ସ୍ୱାଧୀନତାର ସ୍ୱାଦ ସମସ୍ତେ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ଯୋଗଦାନ କରି ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ମୌଳିକ ସୁବିଧା ସମସ୍ତଙ୍କ ପାଖରେ ପହଚିଂପାରିଛି ।

ଛୋଟ ଛୋଟ ଅସଂଯୋଜିତ ଇଲାକା ଗୁଡିକ ଯୋଗାଯୋଗ ହୋଇପାରିଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ । ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶର ଧାରା ବଜାୟ ରହିଛି ସ୍ୱାସ୍ଥ୍‌୍ୟ କ୍ଷେତ୍ରରେ ପରିଚାଳନା ପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସାରାଦେଶରେ ପ୍ରଶଂସିତ ହୋଇପାରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles