ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ,କୋଦଳା,(୨୭/୦୮) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଜାତୀୟ ରାଜପଥ-୧୬ ନାରାୟଣୀ ଛକ ଠାରେ ଶଡକ ଦୁର୍ଘଟଣା ହୋଇଛି | ଦୁର୍ଘଟଣାରେ ଜଣେ ମୃତ ଓ ଛଅ ଜଣ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି |
ସୂଚନା ମୁତାବକ ଗୋଟିଏ ଯାତ୍ରୀବାହୀ ଅଟୋ ବାଲୁଗାଁ ଆଭିମୁଖ୍ୟ ଯାଉଥିବା ସମୟରେ ନାରାୟଣୀ ଛକ ଠାରେ ଦୁର୍ଘଟଣା ଘଟିଥିଲା । ସେଥିରେ ଥିବା ଯାତ୍ରୀ ମଧ୍ୟରୁ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନ କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି |
ସେଇଠାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ଅଟୋକୁ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଛି କିମ୍ବା ଅଟୋଟି ଭାରସାମ୍ୟ ହରାଇ ଓଲଟିଛି ତାହା ଜଣା ପଡିନଥିବା ବେଳେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଅଟୋକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।