Friday, March 29, 2024

Top 5 This Week

Related Posts

ପାଣି ଅଭାବରୁ ଧାନ ରୁଆ ହୋଇପାରିନି : ଚିନ୍ତାରେ ବସିଛନ୍ତି ୨ଟି ପଞ୍ଚାୟତର ଚାଷୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର,ତା(୨୭/୮) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର ନାରାୟଣପୁର ଓ କରପା ପଞ୍ଚାୟତରେ ପାଣି ଅଭାବରୁ ଧାନ ରୁଆ ହୋଇପାରୁ ନ ଥିବା ଦେଖିବାକୁ ମିଳିଛି । ଧାନ ରୁଆ ହୋଇ ନଥିବାରୁ ଚିନ୍ତାରେ ଚାଷୀ ।

ଉକ୍ତ ପଞ୍ଚାୟତରେ କେନାଲ ଥାଇ ମଧ୍ୟ ପାଣି ଅଭାବରୁ ଧାନ ରୁଆ ହୋଇପାରିନି । ଚାଷୀ ମାନେ ମିନି ବ୍ୟାଙ୍କ,(ଲ୍ୟାମ୍ପ),ଓ ସାହୁକାର ଠାରୁ ଧାରା କରଜ କରି ଧାନ ବିହନ ନେଇ ବିଲରେ ଧାନ ତଳି ପକେଇଥିଲେ । ସଠିକ ଭାବରେ ବର୍ଷା ହେଉନଥିବାରୁ କେନାଲ ରେ ପାଣି ଆସୁନଥିବା ଯୋଗୁଁ ବିଲକୁ ପାଣି ହେଉନାହିଁ । ଯାହା ଫଳରେ ଧାନ ତଳି ହୋଇଥିଲେ ମଧ୍ୟ ପାଣି ନଥିବାରୁ ରୁଆ କରିପାରୁନଥିବା ଚାଷୀ ଲଛମ ପତି କାଡ୍ରାକା,ଧନପତି କାଡ୍ରାକା, ପ୍ରାସ୍କା ଶିରି, କାଡ୍ରାକା ମାଣି, ବିସମ୍ବର ନିସିକା, କାଡ୍ରାକା ସାରୁ ,କାଡ୍ରାକା ଦାସରାୟା ,ପ୍ରାସ୍କା ରାମଚନ୍ଦ୍ର ପ୍ରମୁଖ ଅଭିଯୋଗ କରିଛନ୍ତି ।

ଶ୍ରାବଣ ମାସ ଶେଷ ହୋଇ ଭାଦ୍ରବ ମାସ ଆସିଯାଇଥିଲେ ସୁଦ୍ଧା ସଠିକ ବର୍ଷା ହୋଉନଥିବା ଯୋଗୁଁ ଧାନ ରୁଆ ହୋଇପାରିନି । ଋଣ କିପରି ସୁଝିବେ ତାହା ନେଇ ଚିନ୍ତାରେ ରହିଛନ୍ତି ଚାଷୀ । ଏହିପରି ଉକ୍ତ ବ୍ଲକର ୧୪ଟି ପଞ୍ଚାୟତରେ ଏପରି ସମସ୍ୟା ଦେଖାଦେଇଥିବା ଦେଖିବାକୁ ମିଳିଛି ।

Popular Articles