ଜିଲ୍ଲା ଆଇନ ସେବାପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

0
128
ଜିଲ୍ଲା ଆଇନ ସେବାପ୍ରାଧିକରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୦୫) : ଶୁକ୍ରୁବାର ସମୟ ଘ.୦୯.୦୦ମି ସମୟ ରେ ରାୟଗଡା ସ୍ଥାନୀୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ଏକ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇଁ ଏକ ଜିଲ୍ଲା ଆଇନ ସେବାପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଇନ ସେବାପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବ ଅନ୍ୟ ଚିକିତ୍ସକ ମାନେ ଏବ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କର୍ମଚାରୀ, ପି.ଏଲ୍.ଭି ଓ ପ୍ରଣ୍ଟ ଅଫିସ ରିଟେନର ମାନେ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି, ସେଥିରେ ଚିକିସାଳୟକୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କର ସମସ୍ୟା, ଆବଶ୍ୟକତା ସପର୍କରେ ପଚାରି ସେମାନଙ୍କ ପାଖରେ ସରକାରୀ ସୁବିଧା ଓ ସୁଯୋଗ ଓ ଆଇନସେବା ଯୋଗାଇଦେବା ପାଇ ପରାମର୍ଶ ଦେଇଥିଲେ ।

ସେହି ଚିକିତ୍ସାଳୟ କୁ ଆସିଥିବା ତିନୋଟି ଦିବ୍ୟାଙ୍ଗକୁ ତିନିଚକିଆ ଗାଡି ଏବ କୁତ୍ରିମ ଅଙ୍ଗ ଲଗାଇବା ପାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ପାଖକୁ ଦରଖାସ୍ତ ଦିଆଗଲା । ପରିଶେଷରେ ଦିବ୍ୟାଙ୍ଗମାନେ କିପରି ଶିଘ୍ର ବିକଳାଙ୍ଗ ପ୍ରମାଣପତ୍ର ପାଇପାରିବେ ଏଥିପାଇଁ ନିଯୁକ୍ତ ଚିକିତ୍ସକ ମାନଙ୍କ ସହିତ ସମ୍ପାଦିକା ମହୋଦୟା ପରାମର୍ଶ କରିଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବ ଅନ୍ୟ ଚିକିତ୍ସକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।