ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ଅନୁଷ୍ଠିତ

0
172
ଦିବ୍ୟାଙ୍ଗ ମାନଙ୍କ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୦୫) : ସୋମବାର ସମୟ ଘ.୦୯.୦୦ମି ସମୟ ରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି ।WhatsApp Image 2023 05 29 at 18.40.23 ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ଅନୁଷ୍ଠିତ

ସେହି ଉପଲକ୍ଷେ ରାୟଗଡା ସ୍ଥାନୀୟ ନୂତନ ଜ୍ଞାନ ବର୍ଧିନି, କୋଲନରା ସୂତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ତତ୍ବାବଧାନରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଧିନି ସୂତନ୍ତ୍ର ବିଦ୍ୟାଳୟ ର ଅଧ୍ୟକ୍ଷ ଜୟଦେବ ବାଙ୍କ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ବକ୍ତା, ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ଶବର ସମ୍ମାନିତ ଅତିଥି, ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ରାଜଶେଖର ପେଦିନା, ଥେରାପିଷ୍ଟ ଟି. ଦାମୋଦର ଚାନ୍ଦ, ଶିକ୍ଷକ ସୁବିନାଥ ବଗର୍ତୀ, ନମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ୩ଟି ସିପି ଚୌକି, ୩ଟି ଟ୍ରାଇ ସାଇକଲ, ୨ଟି ଶ୍ରବଣ ଯନ୍ତ୍ର ଦିବ୍ୟାଙ୍ଗ ମାନଙ୍କୁ ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଶ୍ରୀ ବଗର୍ତୀ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।