ସାନ ଭାଇ ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ

0
94
ସାନ ଭାଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୩୧/୦୫) : ସାନ ଭାଇ ଗୁଳି ମାଡରେ ବଡ ଭାଇ ଗୁରୁତର ଆହତ । ୨ ଭାଇଙ୍କ ମଧ୍ୟରେ ଜମିଜମା ବିବାଦ ଲାଗି ରହିଥିବା ବେଳେ ଗତକାଲି ରାତିରେ ମୋବାଇଲ୍ ଚାର୍ଜର ନଦେବାରୁ ବଡଭାଇ ଉପରକୁ ଘନଘନ ଫାଇରିଙ୍ଗ୍ ।

ଗତ ବିଳମ୍ବିତ ରାତିରେ ବ୍ରହ୍ମଗିରି ବ୍ଲକ ଡିମିରିସେଣା ଗ୍ରାମର ସାନ ଭାଇ ସଂଗ୍ରାମ ଭୋଇ ଅତର୍କିତ ଭାବରେ ବଡ ଭାଇ ଶଙ୍କର ଭୋଇ ଓ ତାଙ୍କ ପରିବାର ଉପରକୁ ୪ରାଉଣ୍ଡ ଗୁଳିଚାଳନା କରିଥିଲା । କିନ୍ତୁ ଗୋଟିଏ ଗୁଳି ଶଙ୍କର ଭୋଇ ଙ୍କ ଜଘଂ ରେ ଆର ପାର ହୋଇଯାଇଥିବା ବେଳେ ଅନ୍ୟ ଗୁଳି ଏଣେ ତେଣେ ସ୍ଥାନରେ ପଡିଛି । ଶଙ୍କର ଭୋଇ ଗୁରୁତର ଆହତ ଅବସ୍ଥାରେ ରେବଣା ନୂଆଗାଁ ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଦିର୍ଘବର୍ଷ ଧରି ସଂଗ୍ରାମ ଭୁବନେଶ୍ୱର ରେ ରହୁଥିବା ବେଳେ କିଛିଦିନ ହେବ ସାଙ୍ଗ ମାନ ଙ୍କ ସହ ଗାଁ’ରେ ରହୁଥିବା । ଗତକାଲି ଘଟଣା ସ୍ଥଳରୁ ସଂଗ୍ରାମ ସାଙ୍ଗ ମାନଙ୍କ ସହ ଫେରାର ହୋଇଯାଇଥିବା ବେଳେ ବ୍ରହ୍ମଗିରି ପୋଲିସ୍ ଛାନଭିନ୍ ଚଳାଇଛି ।