Friday, March 29, 2024

Top 5 This Week

Related Posts

କୋଚିଂ ସେଣ୍ଟରରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢ଼େଙ୍କାନାଳ, (୩୧/୦୫) : ଢେଙ୍କାନାଳ କୁଞ୍ଜକାନ୍ତରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି ।

ମୃତକ ହେଲେ ଢ଼େଙ୍କାନାଳ କଲେଜ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଛାତ୍ର ଶୁଭ୍ରାଂଶୁ ପଣ୍ଡା । ତାଙ୍କ ଘର କଟକ ତିଗିରିଆରେ । ସାଙ୍ଗ ମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ମାଲିକଙ୍କୁ ଜଣାଇଥିଲେ । ପରେ ଶୁଭ୍ରାଂଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ସେ ବିଷୟରେ କୌଣସି ସୂଚନା ମିଳିନାହିଁ ।

Popular Articles