ଅଟୋରେ ଯାଉଥିବା ଯାତ୍ରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଲୁଟେରା

0
86
ଅଟୋରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୬) : ଅଟୋରେ ଆସୁଥିବା ପାସେଞ୍ଜରକୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ ।

ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାର ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଅନୁକୂଳ ସିଙ୍ଗଲ ନାମକ ଜଣେ ବ୍ୟକ୍ତି ଆଜି ଭୋର ସମୟରେ ଜୟଦେବ ବିହାରରୁ ଅଟୋ ଯୋଗେ ମୈତ୍ରୀ ବିହାରକୁ ଫେରୁଥିବାବେଳେ ଜନତା ମୈଦାନ ନିକଟରେ କିଛି ଦୁର୍ବୃତ୍ତ ଅଟୋ ଉପରେ ଆକ୍ରମଣ କରିଥିଲେ । ଏହା ସହ ଅଟୋରେ ଯାଉଥିବା ଯାତ୍ରୀଙ୍କ ନିକଟରେ ଥିବା ଲ୍ୟାପଟପ, ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେପଟେ ଅଟୋ ଚାଳକଙ୍କୁ ଆକ୍ରମଣ କରିବା ସହ ତାଙ୍କ ଅଟୋକୁ ଦୁର୍ବୃତ୍ତମାନେ କ୍ଷତି ପହଞ୍ଚାଇଥିବା ଅଟୋ ଚାଳକ ଅଭିଯୋଗ କରିଛନ୍ତି । ତେବେ ଥାନାରେ ଏ ନେଇ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।