ଟମକା ଜଙ୍ଗଲରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ

0
92
ଟମକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୦୩/୦୬) : ଯାଜପୁର ଟମକା ଥାନା ଅନ୍ତର୍ଗତ ରଥପଦା ଛକ ନିକଟରେ ଥିବା ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି ।

ମୃତକଙ୍କ ପରିଚୟ ମିଳିନଥିବା ବେଳେ ଏହାକୁ ହତ୍ୟା ସନ୍ଦେହ କରାଯାଉଛି । ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳର କିଛି ମହିଳା ଶୌଚ କରିବାକୁ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ଜଙ୍ଗଲ ନିକଟରେ ଏକ ଗଛତଳେ ଅର୍ଦ୍ଧଦଗ୍ଧ ମୃତଦେହଟି ଦେଖିବାକୁ ପାଇଥିଲେ । ଏପରିକି ଏହା ଜଳୁଥିବା ଅବସ୍ଥାରେ ଦେଖି ସେମାନେ ଘଟଣା ସମ୍ପର୍କରେ ଟମକା ପୋଲିସକୁ ଖବର ଦେଇଥିଲେ । ଅଧିକ ପଢନ୍ତୁ ଓଡ଼ିଶା ଖବର ଟମକା ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ କୌଣସି ଦୁର୍ବୃତ୍ତଙ୍କ ଦ୍ବାରା ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ଜଙ୍ଗଲକୁ ଆଣି ଜାଳି ଦେବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଯାଞ୍ଚ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରି ରଖଛି । ମୃତବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିବା ବେଳେ ଏହାକୁ ଠାବ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ମୃତଦେହଟି ପଡୋଶୀ ଭଦ୍ରକ, କେନ୍ଦ୍ରାପଡା କିମ୍ବା ଜଗତସିଂହପୁର ଜିଲ୍ଲାର ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତଦନ୍ତ ଶେଷ ହେବା ପରେ ଘଟଣା ସମ୍ପର୍କରେ ସବୁକିଛି ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି । ମୃତ୍ୟୁ ଶରୀରକୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବେବଛେଦ ପାଇଁ ପଠାଇଥିଲେ ସେଠାରେ ଦାନଗଦି ଡାକ୍ତର କଟକ SCB ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି ।