ପୁଅକୁ ଆଣିବାକୁ ଯାଇ ଦୁର୍ଘଟଣାରେ ବାପାର ମୃତ୍ୟୁ

0
94
ପୁଅକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୩/୦୬) : ପୁଅର ଜନ୍ମଦିନରେ ପୁଅକୁ ଆଣିବା ପାଇଁ ଯିବା ସମୟରେ ଦୁର୍ଘଟଣାରେ ବାପାର ଚାଲିଗଲା ଜୀବନ ।

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର କୁଡିଆ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ବୋଲେରୋ ଧକ୍କାରେ ସ୍କୁଟି ଆରୋହୀ ମୃତ । ମୃତକ ହେଲେ ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର ପ୍ରହଲ୍ଲାଦ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ପ୍ରହଲ୍ଲାଦ ତାଙ୍କ ପୁଅର ଜନ୍ମ ଦିନପାଇଁ ଦିନ ପ୍ରାୟ ୧୧ଟା ସମୟରେ ବାଲିଆପାଳରୁ ନିଜର ସ୍କୁଟି ( OD 01AH8808) ଯୋଗ ବାଲେଶ୍ଵର ସ୍ଥିତ ଝାଡେଶ୍ବର କଲେଜକୁ ନିଜର ପୁଅକୁ ଆଣିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ଘଟିବା ପରେ ରାଜପଥ ଉପରେ ଯାଉଥିବା ବସ୍ତା ବ୍ଲକର AE କୁଇଲି ଟୁଡୁ ତୁରନ୍ତ ବ୍ଲକ ଗାଡ଼ିରେ ବସ୍ତା ମେଡିକାଲକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରି ମୃତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।