ବଜ୍ରପାତରେ କଲେଜ ଛାତ୍ର ମୃତ

0
93
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ଼, (୪/୦୬) : ବଜ୍ରପାତରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଜେନାପଡା ଗ୍ରାମର ଅମର ବେହେରା ।

ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଙ୍ଗା ଗ୍ରାମର ଅମର ଜେନାପଡା ଗ୍ରାମରେ ଭଡା ଘରେ ରହି ଖମାର କଲେଜରେ ପାଠ ପଢୁଥିଲେ । ଆଜି ସନ୍ଧ୍ୟା ସମୟରେ ଛାତ ଉପରେ ବସିଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।