ଲଞ୍ଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି

1
96
ଲଞ୍ଚ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୬) : ଲଞ୍ଚ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି । କ୍ରିକେଟର ତିନୋଟି ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ଲଞ୍ଚ କରିଛି ଭାରତୀୟ କ୍ରିକେଟ ଟିମର ନୂଆ ସ୍ପନସର ।

ଆଇସିସି ଟେଷ୍ଟ ଚାମ୍ପିୟନସିପ ମ୍ୟାଚ ପୂର୍ବରୁ ଆଡିଡାସ ଭାରତୀୟ କ୍ରିକେଟ ଟିମର ଜର୍ସି ଉପରୁ ପରଦା ହଟାଇଛି । ଏବେଠାରୁ ଭାରତୀୟ ଖେଳାଳି ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ଜୁନ ୭ ତାରିଖରେ ଭାରତୀୟ ଟିମ ଅଷ୍ଟ୍ରେଳିଆ ବିରୋଧରେ WTC ଫାଇନାଲରେ ଏହି ଜର୍ସି ପିନ୍ଧି ଖେଳିବ । ଏବେ ଖେଳାଳିମାନେ ଟ୍ରେନିଂ ନୂଆ ଜର୍ସିରେ ଖେଳ ଅଭ୍ୟାସ କରୁଛନ୍ତି । ଭାରତୀୟ କ୍ରିକେଟ ଟିମର ଜର୍ସି ତିଆରି କରିବା ଦାୟିତ୍ୱ ବିଦେଶୀ କମ୍ପାନୀ ଆଡିଡାସକୁ ମିଳିଛି । ଗତ ମାସରେ ବିସିସିଆଇ ଆଡିଡାସ ସହିତ ୨୦୨୮ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ସାଇନ କରିଥିଲା । କ୍ରିକେଟର ୩ଟି ଫର୍ମାଟ ଯଥା ଟେଷ୍ଟ, ଦିନିକିଆ, ଓ ଟି-୨୦ ପାଇଁ ଆଡିଡାସ ଅଲଗା ଅଲଗା ଭାବେ ଜର୍ସି ଲଞ୍ଚ କରିଛି । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଜର୍ସିଲଞ୍ଚ କାର୍ଯ୍ୟକ୍ରମ କରାଯାଇଥିଲା ।

1 COMMENT

Comments are closed.