ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା

0
82
ପବିତ୍ର ଦେବସ୍ନାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୪/୦୬) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଜଳ ସ୍ନାନ କରିବେ ।

ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ପାରମ୍ପରିକ ରୀତିରେ ୧୦୮ କଳସୀ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାନ୍ତି । ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହେବ । ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ ।

ରାଘବ ଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ।ପନ୍ତି ଖାଇ ଠାକୁରମାନେ ସ୍ନାନବେଦୀରେ ଅବସ୍ଥାନ କରନ୍ତି । ଗରାବଡୁ ସୁବର୍ଣ୍ଣକଳସ ଧରି ସୁନାକୂଅରୁ ଜଳ ଆଣନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ୩୫ ଗରା ଜଳରେ ସ୍ନାନ କରାଯାଏ । ବଡଭାଇ ଶ୍ରୀ ବଳଦେବଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଏ । ୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କୁ ସ୍ନାନ କରାଯାଏ। ୧୮ ଗରା ଜଳରେ ଶ୍ରୀ ସୁଦର୍ଶନଙ୍କୁ ସ୍ନାନ କରାଯାଏ । ସ୍ନାନ ପରେ ଠାକରଙ୍କୁ ଜ୍ୱର ହୋଇଥାଏ । ମହାପ୍ରଭୁଙ୍କ ମାନବୀୟ ଲୀଳାର ଇଏ ଆଉ ଏକ ନିଦର୍ଶନ । ଏଇଠୁ ଚତୁର୍ଦ୍ଧାମୂରତି ଯିବେ ଅଣସର ଘର । ଅଣସର ଗୃହରେ ଠାକୁରମାନେ ୧୫ ଦିନ ଅବସ୍ଥାନ କରନ୍ତି ।