ଲୁଟ୍ ହୋଇଥିବା ମୋବାଇଲ ଫେରି ପାଇଲେ ଅଭିଯୋଗକାରୀ

0
90
ଲୁଟ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ , (୦୪/୦୬) : ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନାରେ ଲୁଟ୍ ହୋଇଥିବା ମୋବାଇଲ୍ ଗୁଡ଼ିକୁ ଉଦ୍ଧାର କରାଯାଇଛି ।

ଏହାର ଫେରସ୍ତ ପାଇଁ ଆୟୋଜିତ ହୋଇଥିଲା ଏକ ନିଆରା ମୋବାଇଲ ମେଳା । ଲୋକମାନେ ନିଜ ନିଜର ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ଚୋରି ହୋଇଥିବା ମୋବାଇଲକୁ ଫେରି ପାଇବା ପରେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ହିଞ୍ଜିଳି ପୋଲିସର ଜନସାଧାରଣଙ୍କ ପ୍ରତି ଏହି ସେବା ମନୋଭାବକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଏଥିସହ ହିଂଜିଳି ଥାନାରେ ଆୟୋଜିତ ଏହି ମେଳାରେ ଚୋରି ହୋଇଥିବା ଲୋକଙ୍କ ୧୮ ଟି ମୋବାଇଲ ଫୋନ ଫେରାଯାଇଛି । ଓ ଆଗାମୀ ଦିନରେ ୧୫ ଟି ଫୋନ ଫେରା ଯିବ ବୋଲି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି, ତେବେ ମୋବାଇଲ ଲୁଟ୍ ଘଟଣାରେ ସାମିଲ୍ ଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ ବିଗତ ଦିନରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଥିଲା ।