ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

0
346

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୭/୦୮) : ବୌଦ୍ଧ – ବୁଟୁପାଲି ରାସ୍ତାରେ ଥିବା ଗୋଦାମ ରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ସମୟରେ ଆଜି ସକାଳ ୧୦ ଘଣ୍ଟା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି l

ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ – ବୁଟୁପାଲି ରାସ୍ତା ରାଜନପାଲି ପୋଲ ନିକଟରେ ଥିବା ଗୋଟିଏ ଗୋଦାମ ନିକଟରେ ଏକ ଟ୍ରକରୁ ମାର୍ବଲ ଓଲ୍ହାଇବା ବେଳେ ମାର୍ବଲ ତଳେ ଚାପି ହୋଇ ଦୁଇ ଜଣ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି | ଖବର ପାଇ ବୋୖଦ୍ଧ ଦମକଳ ବାହିନୀ ଉଭୟ ଙ୍କ ଶବ ଉଦ୍ଧାର କରିଥିଲେ l

ମୃତ ଶ୍ରମିକ ଦ୍ବୟ ଙ୍କ ମଧ୍ୟରୁ ଜଣେ ବୋୖଦ୍ଧ ସହର ବାପୁଜୀ ନଗର ର ବାସିନ୍ଦା ପଞ୍ଚାନନ ନାଏକ ଓ ଅନ୍ୟ ଜଣେ ଆଠମଲ୍ଲିକ ବ୍ଲକ୍ ମହେନ୍ଦ୍ର ପୁର୍ ଗ୍ରାମ ର ବିଶ୍ୱାମିତ୍ର ଦେହୁରୀ ବୋଲି  ଜଣାପଡିଛି l