ଢେଙ୍କାନାଳ ଜିଲ୍ଲାର ସଦାଶିବ ପୁର ଠାରେ କମନ୍ ୟୁଜର୍ ଫାସିଲିଟିର ଭୂମି ପୂଜନ

0
212

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ, (୨୮/୦୮) : ଢେଙ୍କାନାଳ ଜିଲ୍ଲାର ସଦାଶିବ ପୁର ଠାରେ କମନ୍ ୟୁଜର୍ ଫାସିଲିଟି ର ଭୂମି ପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କମନ୍ ୟୁଜର୍ ଫାସିଲିଟି ର କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି, ସାଂସଦ ମହେଶ ସାହୁ ଏବଂ ବିଧାୟିକା ସିମାରାଣୀ ନାୟକ ମଧ୍ୟ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲାର ସଦାଶିବ ପୁର ଠାରେ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ‘ପୂର୍ବୋଦୟ’ କଳ୍ପନା ରେ ୪୨,୦୦୦ କିଲୋ ଲିଟର ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ତୈଳ ଡିପୋ ନିର୍ମାଣ କରାଯିବାର ସୂଚନା ରହିଛି ।