ଛତ୍ରଙ୍ଗ ନିକଟରେ ସ୍କୋର୍ପିଓ ଓ ବାଇକ ମଧ୍ୟରେ ଧକ୍କା : ବାଇକ ଆରୋହୀ ଗୁରୁତର

0
306

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୮/୦୮) : ଆଜି ଅପରାହ୍ନ ପ୍ରାୟ ଘ. ୩ . ୩୦ ମିନଟ ସମୟରେ ହରଭଙ୍ଗା ଥାନା ଛତ୍ରଙ୍ଗ ନିକଟରେ ସ୍କୋର୍ପିଓ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l

ମିଳିଥିବା ସୂଚନା ଅନୁଯାୟୀ ଛତ୍ରଙ୍ଗ ନିକଟରେ ଛତ୍ରଙ୍ଗଛକ ଦେଇ ଚାରିଛକ ଆଡକୁ ଏକ ବାଇକ OD 33 E 7613 ଯୋଗେ ହରଭଂଗା ଗ୍ରାମର ପ୍ରମୋଦ କୁମାର୍ ମେହେର ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ସ୍କୋର୍ପିଓ OR 07 U 3434 ତାଙ୍କୁ ଛତ୍ରଙ୍ଗଛକ ନିକଟରେ ସାମ୍ନା ପଟରୁ ଧକ୍କା ଦେଇଥିଲା l ଧକ୍କା ଦେବା ପରେ ଭାରସାମ୍ୟ ହରାଇ ସ୍କୋର୍ପିଓ ରାସ୍ତା କଡରେ ଥିବା ବିଶ୍ବ ପାତ୍ରଙ୍କ ଘରେ ଧକ୍କା ଦେଇ ଥିଲା l

ବାଇକ ଆରୋହୀ ଶ୍ରୀ ମେହେରଙ୍କୁ ହରଭଙ୍ଗା ଡାକ୍ତରଖାନା ନିଆ ଯାଇଥିବା ଜଣା ପଡିଛି l ତାଂକର ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି l