ମେଗା ଲିଫ୍ଟ ଦ୍ଵାରା ପୋଖରୀ ଗୁଡ଼ିକ ଭର୍ତି କରାଯାଉ : କାଶୀନଗର ରୟିତ ସଂଘ

0
202

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୮/୮) : କାଶୀନଗର ବ୍ଲକ୍ ରେ ଏଯାଏଁ ନିଅଣ୍ଟିଆ ବର୍ଷା କାରଣ ରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ମୁତାବକ କାଶୀନଗର ବ୍ଲକ୍ ରେ ୩ ଟି ମେଗା ଲିଫ୍ଟ ସ୍ଥାପନ କରାଯାଇଛି । ହେଲେ ଯେଉଁ ମେଗା ଲିଫ୍ଟ ଦ୍ଵାରା ପୋଖରୀ ଗୁଡ଼ିକ ଭର୍ତି ଆଶା ନେଇ ଏହା କରାଗଲା ତାହା ଫଳପ୍ରଦ ହେଲାନାହିଁ ।9c24ee72 70f8 48fc 9de3 12b840289351 ମେଗା ଲିଫ୍ଟ ଦ୍ଵାରା ପୋଖରୀ ଗୁଡ଼ିକ ଭର୍ତି କରାଯାଉ : କାଶୀନଗର ରୟିତ ସଂଘ

କାଶୀନଗର ଅଞ୍ଚଳରେ ମହାରାଜାଙ୍କ ଅମଳରେ କୃଷ୍ଣ ସାଗର,ବି ଏଲ୍ ପୁର ବନ୍ଧ,ଗୁଡଲାବନି ବନ୍ଧ ଦ୍ଵାରା ଜଳସେଚନ ହୋଇପାରିଥିଲା । ଏବେ ବନ୍ଧ ଗୁଡ଼ିକରେ ପାଣି ଟୋପାଏ ମଧ୍ୟ ନାହିଁ । ଏଣୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ପତ୍ରଙ୍କ ୬୫୭୦ ରେ ମେଗା ଲିଫ୍ଟ ନିର୍ବାହୀ ଯନ୍ତ୍ରୀଙ୍କ ଚିଠି ହୋଇଥିଲା । କିନ୍ତୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଏହାକୁ କାର୍ଯ୍ୟ କାରୀ କଲେ ନାହିଁ, ମରୁଡିର ଆଶଙ୍କା କରି ସବୁ ବନ୍ଧରେ ପାଣି ଭର୍ତି ପାଇଁ । ମେଗା ଲିଫ୍ଟ ଦ୍ଵାରା ପୋଖରୀ ଗୁଡ଼ିକ ଭର୍ତି କରାଯିବା ନେଇ ଦାବି ହେଉଛି |

ଏଣୁ କାଶୀନଗର ରୟୀତ ସଂଘର ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ର ଙ୍କ ନେତୃତ୍ୱରେ ଏକ ଟିମ୍ କୃଷ୍ଣ ସାଗର ବନ୍ଧ ଗସ୍ତ କରି ଅନୁଧ୍ୟାନ କରିଥିଲେ । ଏହି ସାଗରର ନିକଟ ଦେଇ ମେଗା ଲିଫ୍ଟ ର ଶାଖା ପାଇପ୍ ରହିଛି। ସେହି ନଳା ଦେଇ ପାଣି ଭର୍ତି କଲେ ଏଥିରେ ଗେଟ ସୁବିଧା ମଧ୍ୟ ରହିଛି ଏହି ସାଗର ଅନ୍ୟୁନ ୬୦୦ ଏକର ଜମି କୃଷି କର୍ଯ୍ୟ ହୋଇପାରିବ ଏବଂ ଏହା ମରୁଡି ମୁକାବିଲା କରିପାରିବ ବୋଲି ଏହି ଟିମ୍ ଦାବୀ କରିଛି । ଦରକାର ହେଲେ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଏହାର କର୍ମକର୍ତ୍ତା ମାନେ ଦାବି ଜଣାଇଛନ୍ତି । ନଚେତ୍ ମେଗା ଲିଫ୍ଟ ବିଭାଗ ମରୁଡି ପାଇଁ ଦାୟୀ ରହିବେ ବୋଲି ଓଲଟା ଅଭିଯୋଗ କରିଛନ୍ତି ।