ସବୁଜ ପରିବେଶ ଓ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ନେଇ ସାଇକେଲରେ ଯାତ୍ରା କଲେ ୩ ଜଣ ଯୁବକ

0
211

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୮/୦୮) : ରାୟଗଡା ଜିଲ୍ଲାର ୩ ଜଣ ଯୁବକ ଗୌରନାଥ, ସନ୍ତୋଷ ଦାସ,ନାଗେଶ୍ୱର ରାଓ ସାଇକେଲ ମାଧ୍ୟମରେ ଗତ ୨୦ ତାରିଖରେ ରାୟଗଡା ଜଗନ୍ନାଥ ମନ୍ଦିରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ସବୁଜ ପରିବେଶ ଓ ସ୍ୱାସ୍ଥ୍ୟର ସଚେତନା ବାର୍ତ୍ତା ନେଇ ଗସ୍ତ କରିଥିଲେ |

ପୁରୀ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଭୁବନେଶ୍ୱର, ବ୍ରହ୍ମପୁର ଦେଇ ରାୟଗଡା ଫେରିଥିଲେ | ଫେରିବା ସମୟରେ ପୁରୀରୁ ରାୟଗଡା ମଧ୍ୟରେ ଥିବା ପ୍ରତ୍ୟେକ ସହରର ଯୁବପିଢ଼ି ଓ ଜନସାଧାରଣଙ୍କୁ ସବୁଜ ପରିବେଶ ଓ ସ୍ୱାସ୍ଥ୍ୟ ସଚେତନାର ବାର୍ତ୍ତା ଦେଇଥିଲେ |

ସେମାନେ ଯୁବପିଢିଙ୍କୁ ଜଣାଇଥିଲେ ଯେ , ସୁସ୍ଥ ପରିବେଶ କରିବା ଦ୍ୱାରା କରୋନାକୁ ପ୍ରତିହତ କରିପାରିବ ଓ ଅମ୍ଳଜାନ ପାଇବାର ସୁବିଧା ପାଇପାରିବେ ଓ ସାଇକେଲିଂ କରିବାଦ୍ୱାରା ସୁନ୍ଦର ସ୍ୱାସ୍ଥ୍ୟ ସହ ରୋଗରୁ ମୁକ୍ତ ହେବାପାଇଁ ଏହା ଏକ ବ୍ୟାୟାମ ବୋଲି ସଚେତନା ଦେଇଥିଲେ , ସମସ୍ତଙ୍କୁ ସାଇକେଲିଂ କରିବାପାଇଁ ଅନୁରୋଧ କରିଥିଲେ | ଗସ୍ତ ବେଳେ କାଶୀନଗର ପ୍ରେସ କ୍ଲବ୍ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ |