Friday, March 29, 2024

Top 5 This Week

Related Posts

ନିଜକୁ ସୁସ୍ଥ ରଖିବା କୁ ଶପଥ ନେଲେ ହରଭଙ୍ଗା ବ୍ଲକର ଖଜୁରିଆ ଯୁବପିଢ଼ି

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୯/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ନେହେରୁ ଯୁବକେନ୍ଦ୍ର ତରଫରୁ ଫିଟ ଇଣ୍ଡିଆ ଦୌଡ ଆରମ୍ଭ ହୋଇଯାଇଛି | ନିଜକୁ ସୁସ୍ଥ ରଖିବା କୁ ଶପଥ ନେଲେ ହରଭଙ୍ଗା ବ୍ଲକର ଖଜୁରିଆ ଯୁବପିଢ଼ି | ସେହିପରି ଜାତୀୟ ଯୁବ ସ୍ବେଚ୍ଛାସେବୀ ପ୍ରଶାନ୍ତ କୁମାର ବିଶି ଙ୍କ ତତ୍ଵାବଧାନରେ ଜୀବନ ଜ୍ୟୋତି ଆନୁକୂଲ୍ୟରେ ତିଲେଶ୍ୱର ପଂଚାୟତ ଖଜୁରିଆ ଗ୍ରାମର ଖଜୁରିଆ ଯୁବ ପିଢ଼ିଙ୍କ ଫିଟ ଇଣ୍ଡିଆ ଦୌଡ ଅନୁଷ୍ଠିତ ହୋଇଛି | 

ଏହି ଦୌଡର ପ୍ରାରମ୍ଭରେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଶାରୀରିକ ବ୍ୟାୟାମ କରିବା ପାଇଁ ଯୁବକ ମାନେ ଶପଥ ନେଇଥିଲେ | ଆମ ଦେଶର ଜାତୀୟ ସଂଗୀତ ଗାନ କରି ଏହି ଦୌଡ ଆରମ୍ଭ କରିଥିଲେ | ଏହି ଫିଟ ଇଣ୍ଡିଆ ଦୌଡ କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକର ଜୟ ଜଗନ୍ନାଥ ଯୁବକ ସଂଘ ଧୂଙ୍ଗିଆମୁଣ୍ଡା, ମା ଗ୍ରାମଦେବୀ ଯୁବକ ସଂଘ ଗୁଣ୍ଡୁରୀସାହି, ଓଁ ସାଇ ଯୁବକ ସଂଘ ଛତ୍ରଙ୍ଗ,ବାବା ସାହେବ ଭୀମ ରାଓ ରାମଜୀ ଆମ୍ବେଦକର ଯୁବ ପରିଷଦ ହରଭଙ୍ଗା, ବାବା ଲଡ଼ୁକେଶ୍ୱର ଯୁବକ ସଂଘ ଖରଭୂଇଁ, ତ୍ରିନାଥ ଯୁବପରିଷଦ ବାଇସିପଡା, ମା ଇଛାବାସନ୍ତି ଯୁବପରିଷଦ ବୁକେସିଙ୍ଗା, ବାବା ଖଣ୍ଡୁଆଳ ପତି ଯୁବକ ସଂଘ ଭାଲିଆ ଗୋରା, ରାଧାକୃଷ୍ଣ ଯୁବକ ସଂଘ ନୂଆପଡା, ମହାବୀର ଯୁବକ ସଂଘ କୁଟୀଝାର ଓ ତିଲେଶ୍ୱର ପଂଚାୟତ ଖଜୁରିଆ ଗ୍ରାମର ଯୁବକ ସଂଘକୁ ନେଇ ୧୧ଟି ଗ୍ରାମରେ ଏହି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଫିଟ ଇଣ୍ଡିଆ ର ନିୟମ ଅନୁଯାଇ ଖଜୁରିଆ ଗ୍ରାମର ଯୁବପିଢ଼ି ସମସ୍ତେ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ସକାଳୁ ୩୦ ମିନିଟ ଦୌଡିବା ସହ ଶାରୀରିକ ବ୍ୟାୟାମ କରିବାକୁ ଶପଥ ନେଲେ ଓ ଅନ୍ୟ ସମସ୍ତ ଙ୍କୁ ସତେଚନ ବାର୍ତ୍ତା ଦେଇଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles