Friday, October 22, 2021
HomeUncategorizedଢେଙ୍କାନାଳରେ ଜିଲ୍ଲା ହକି ସଂଘର ମିଳିତ ସହଯୋଗରେ ଜାତୀୟ କ୍ରୀଡା ଦିବସ ପାଳିତ

ଢେଙ୍କାନାଳରେ ଜିଲ୍ଲା ହକି ସଂଘର ମିଳିତ ସହଯୋଗରେ ଜାତୀୟ କ୍ରୀଡା ଦିବସ ପାଳିତ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୯/୦୮) : ଆଜି ସମଗ୍ର ଦେଶରେ କ୍ରୀଡା ଦିବସ ପାଳିତ ହୋଇଯାଇଛି । ସେହିଭଳି ଭାବେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ ଏବଂ ଢେଙ୍କାନାଳରେ ଜିଲ୍ଲା ହକି ସଂଘର ମିଳିତ ସହଯୋଗରେ ଜାତୀୟ କ୍ରୀଡା ଦିବସ ମିନି ଷ୍ଟାଡିୟମ ଢେଙ୍କାନାଳଠାରେ ପାଳିତ ହୋଇଯାଇଛି ।

ଢେଙ୍କାନାଳରେ ଜିଲ୍ଲା ହକି ସଂଘ ସକାଳ ୭.୩୦ ମିନିଟ ସମୟରେ ଭାରତୀୟ କ୍ରୀଡା ର ମହାନାୟକ,ହକି ଯାଦୁଗର ଏବଂ କୋଟି କୋଟି ଖେଳାଳିଙ୍କ ପ୍ରେରଣାର ଅସରନ୍ତି ମେଜର ଧ୍ୟାନଚାନ୍ଦ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଅବସର ପ୍ରାପ୍ତ ସହକାରୀ କ୍ରୀଡା ନିର୍ଦ୍ଦେଶକ ଗିରିଜା କାନ୍ତ ମହାନ୍ତି ଏହି ମହାନ କ୍ରୀଡା ତାରକାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଏକ ବନ୍ଧୁତ୍ୱପୂର୍ଣ୍ଣ ବାଳକ ହକି ଖେଳ ଢେଙ୍କାନାଳ ଓ ଜଂଖିରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଖେଳକୁ ଢେଙ୍କାନାଳର ଜିଲ୍ଲାପାଳ ସରୋଜ କୁମାର ସେଠୀ ଉଦଵୋଧନ ଦେଇ ଖେଳାଳିମାନଙ୍କ ସହ ପରିଚୟ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଅମୂଲ୍ୟ ନନ୍ଦ ବିହାରୀ, ସିନିୟର ହକି ପ୍ରଶିକ୍ଷକ ଶ୍ରୀ ବିଜୟ କୁମାର ଲାକ୍ରା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉସ୍ଛାହିତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments