Friday, March 29, 2024

Top 5 This Week

Related Posts

ବଂଶଧାରା ଉପର ମୁଣ୍ଡ ରେ ପ୍ରକଳ୍ପ ଦାବୀ ରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ଆନ୍ଦୋଳନ ଜାରି ରହିବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୮) : ଆଜି ଗଜପତି ଜିଲ୍ଲା ଗୁଣୁପୁର ଠାରେ ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଙ୍କ ନେତୃତ୍ୱରେ ବଂଶଧାରା ଉପର ମୁଣ୍ଡ ରେ ପ୍ରକଳ୍ପ ଦାବୀ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବଂଶଧାରା ଉପର ମୁଣ୍ଡ ରେ ପ୍ରକଳ୍ପ ଦାବୀ କରି ଏକ ମାସ ବ୍ୟାପୀ ଶାନ୍ତି ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ କାର୍ଯ୍ୟ ଜାରି ରହିଥିଲା । ଶେଷ ଦିନ ରେ ସମସ୍ତ ସଂଗଠନ ର ମିଳିତ ସହଯୋଗ ରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କୁ ସ୍ମାରକ ପତ୍ର ଦେବାକୁ ଏହି ବୈଠକ ରେ ନିଷ୍ପତି ହେଲା । ପରେ ବିଧାନ ସଭା ଚାଲିବ ବେଳେ ରାଜଭବନ ସମ୍ମୁଖରେ ଗଣ ସତ୍ୟାଗ୍ରହ ଦିଆଯିବ କି ନାହିଁ ନିଷ୍ପତି ହୋଇ ନାହିଁ । କିନ୍ତୁ ପ୍ରକଳ୍ପ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି ।

Popular Articles