Thursday, March 28, 2024

Top 5 This Week

Related Posts

ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ନାରା ଦେଇ ରାୟଗଡା ରୁ ସାଇକେଲରେ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୩୦/୦୮) : ରାୟଗଡା ସହରର ତିନିଜଣ ଯୁବକ ଗୌରବ ନାଥ (୪୦), ସନ୍ତୋଷ ଦାସ (୪୦) ଏବଂ ନାଗେଶ୍ୱର ରାଓ (୩୪) ଏହିଭଳି ତିନି ଜଣ ଯୁବକ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ଓ ସୁସ୍ଥ ରହିବା ନାରା ଦେଇ ଶ୍ରୀକ୍ଷେତ୍ର ଯାତ୍ରା କରିଦେଖାଇଛନ୍ତି । ଯାହାକି ରାୟଗଡା ପାଇଁ ଗୌରବ ଓ ସନ୍ତୋଷଜନକ କଥା lWhatsApp Image 2021 08 30 at 10.18.14 AM ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ନାରା ଦେଇ ରାୟଗଡା ରୁ ସାଇକେଲରେ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା

ଏହି ତିନିଜଣ ଯୁବକ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ନାରା ଦେଇ ରାୟଗଡାର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶ୍ରୀକ୍ଷେତ୍ର ପୁରୀ ଯାଏଁ ଗତ ଅଗଷ୍ଟ ୨୦ ତାରିଖରୁ ସାଇକେଲ ଯୋଗେ ଯାତ୍ରା ଆରମ୍ଭ କରିଥିଲେ l ପୁନଃ ଗତ ଅଗଷ୍ଟ ୨୮ ତାରିଖ ରାତ୍ରି ୯ଟା ସମୟରେ ରାୟଗଡା ଶ୍ରୀମନ୍ଦିର ଠାରେ ପହଞ୍ଚି ନିଜ ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ l

ଏହି ଶ୍ରୀକ୍ଷେତ୍ର ଯାତ୍ରାରେ ସେମାନଙ୍କୁ ରାୟଗଡା ଲିଟିଲ ମାଷ୍ଟର ଭାବେ ପରିଚିତ ଭବାନୀ ଶଙ୍କର ପାତ୍ର ବାଇକରେ ଯାଇ ପାଖେ ପାଖେ ରହି ସମସ୍ତ ସୁବିଧା ଅସୁବିଧା ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ କଥା ବୁଝୁଥିଲେ l ବାଟ ବାଟରେ ସାଇକେଲ ଗୁଡିକର ମରାମତି କରି ସମ୍ପୂର୍ଣ୍ଣ ଯାତ୍ରା ରେ ଏହି ତିନିଜଣ ଯୁବକ ଙ୍କୁ ସହଯୋଗ କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ତଥା ଭବାନୀ ଶଙ୍କର ଜେନା (ଲିଟିଲ ମାଷ୍ଟର) ଙ୍କ ଅନବରତ ସେବା ଓ ସାହାଯ୍ୟ ପାଇଁ ଏହି ତିନିଜଣ ସୁରୁଖୁରୁରେ ନିଜ ତୀର୍ଥଯାତ୍ରା ସମ୍ପୂର୍ଣ୍ଣ କରିଥିବା କହିଛନ୍ତି |WhatsApp Image 2021 08 30 at 10.18.13 AM ପରିବେଶ ସୁରକ୍ଷା ଓ ପ୍ରଦୂଷଣ ରୋକିବା ନାରା ଦେଇ ରାୟଗଡା ରୁ ସାଇକେଲରେ ଶ୍ରୀକ୍ଷେତ୍ର ପୁରୀ ଯାତ୍ରା

କିନ୍ତୁ ପ୍ରକୃତପକ୍ଷେ କହିବାକୁ ଗଲେ ଗୋଟିଏ ପଟେ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶ୍ରୀଜିଉଙ୍କ ଦର୍ଶନ ଅଭିଳାଷ ଅନ୍ୟପଟେ ଦ୍ରୁତଗତିରେ ବଢ଼ିଚାଲୁଥିବା ପ୍ରଦୂଷଣ ପ୍ରତି ଜନ ସଚେତନତା ସୃଷ୍ଟି କରିବା ଥିଲା ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ସେଥିପାଇଁ ଯାତ୍ରାରେ ଅନ୍ୟକିଛି ଯାନବାହାନ ବ୍ୟବହାର ନକରି କେବଳ ସାଇକେଲ ସାହାଯ୍ୟରେ ଦୀର୍ଘ ୧୧୦୦ କିଲୋମିଟର ର ଯାତ୍ରାକୁ ସଫଳ ରୂପାୟନ କରିଛନ୍ତି l

ପୁଣି ବର୍ତ୍ତମାନର ଖାଦ୍ୟ ସାମଗ୍ରୀ ଆମ ଶରୀର ଉପରେ ବିଭିନ୍ନ ବିପରୀତ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି l ଏମିତି ଅନେକ ଶାରୀରିକ ସମସ୍ୟା ଦେଖାଦେଉଛି ଯାହାର ବିକଳ୍ପ ହେଉଛି କେବଳ ଶାରୀରିକ ବ୍ୟାୟାମ l

ଆଉ ସାଇକେଲ ଚଳାଇବା ହେଉଛି ସର୍ବଶ୍ରେଷ୍ଠ ଶାରୀରିକ ବ୍ୟୟାମ ଅଟେ । ତେଣୁ ଏହି ଯୁବକ ମାନେ ଜନସାଧାରଣ ଙ୍କୁ ଏହା ସଚେତନ କରିବାକୁ ଚାହୁଁଥିଲେ କି ସାଇକେଲ ବ୍ୟବହାର କରିବା ଦ୍ୱାରା ଆମ ପରିବେଷ ପ୍ରଦୂଷଣ ମୁକ୍ତ ହେବା ସହିତ ଆବଶ୍ୟକ ଶାରୀରିକ ବ୍ୟାୟାମ ମଧ୍ୟ ହେଇପାରିବ l
କିନ୍ତୁ ଏଥିପ୍ରତି ଜଣେ ନୁହେଁ ସମସ୍ତେ ଏକମତ ହୋଇ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଲେ ଅଚାନକ ହେଉଥିବା ଦୁର୍ଘଟଣା ରୋକାଯାଇ ପାରିବା ସହ ପରିବେଶ ତଥା ଶରୀର ସବୁକିଛି ସୁସ୍ଥ ହୋଇପାରିବ l

ଏହା ସହିତ ବର୍ତ୍ତମାନ ପେଟ୍ରୋଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି ସାଧାରଣ ଜନତା ନିଜ ଖର୍ଚ୍ଚ ମଧ୍ୟ କମାଇ ପାରିବେ l ଅତ୍ୟାଵଶ୍ୟକ ସ୍ଥଳେ ବାଇକ କାର ବ୍ୟବହାର କରିବା ନଚେତ ସାଇକେଲ ଚଳାଇ ପରିବେଶ ବଞ୍ଚାଇବା ସହ ବଢୁଥିବା ପ୍ରଦୂଷଣ କୁ ରୋକା ଯାଇପାରିବ ବୋଲି ତିନିଜଣ ଯୁବକ ଗଣ ମାଧ୍ୟମ କୁ କହିଛନ୍ତି ।

Popular Articles