ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ବିଡିଓ : ୩ ଲକ୍ଷ ୫୧ ହଜାର ଟଙ୍କା ଜବତ

0
189

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୯/୮) : ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ବିଡିଓ | ବରଗଡ ଜିଲ୍ଲା ବିଜେପୁର ବି ଡିଓ ଶ୍ରୀ ପଦ୍ମନାଭ ସାମନ୍ତରାୟ ଆଜି ସକାଳୁ ବିଜେପୁର ଭାୟା ବିନିକା ସୋନପୁର ଦେଇ ଭୁବନେଶ୍ୱର ଯାଉଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ପୋଲ ନିକଟ ରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶ ରେ ସୁବର୍ଣ୍ଣପୁର ଜିଲ୍ଲା, ବରଗଡ଼ ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ଭିଜିଲାନ୍ସ ର ମିଳିତ ଚଢ଼ାଉ କରାଯାଇଛି l

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ବିଜେପୁର ବିଡିଓ | ଚଢ଼ାଉ ବେଳେ ତାଙ୍କ ଠାରୁ ୩ ଲକ୍ଷ ୫୧ ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରାଯାଇଛି l ବିଡିଓ ଙ୍କୁ ସୋନପୁର ଜିଲ୍ଲା ଭିଜିଲାନ୍ସ ଅଫିସ କୁ ଶ୍ରୀ ପଦ୍ମନାଭ ସାମନ୍ତରାୟ କୁ ଆଣି ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ବିଭାଗ |